STORYMIRROR

Smruti sagarika Mohanty

Tragedy

3  

Smruti sagarika Mohanty

Tragedy

ପାଲଟା ଚିଠି

ପାଲଟା ଚିଠି

1 min
180

ଚିଠିରେ ତୁମ ପ୍ରେମିକ ପଣକୁ ଖୁବ ପାଖରୁ ନିରୀକ୍ଷଣ କଲି

ତୁମ ହାତଲେଖା ଏବଂ ଚିଠିର ଓଦା ଦାଗରୁ

ବୁଝିପାରୁଛି ତୁମ ମନର ବେଦନା

ମୁଁ ବି ସେଇ ରକ୍ତ ହାଡଧାରୀ ମଣିଷଟିଏ ନାଁ

କେବଳ ଏତିକି ଫରକ ତୁମେ ପ୍ରେମିକ ହେଲେ ମୁଁ ପତ୍ନୀ

ହଁ ମୁଁ ମାନୁଛି ତୁମେ ଅତୀତ ଥିଲ......

କିନ୍ତୁ ମୁଁ ତ ବର୍ତ୍ତମାନ ଏବଂ ଭବିଷ୍ୟତ

କେହି କ'ଣ ଅତୀତ କୁ ନେଇ ସ୍ବପ୍ନ ଦେଖେ ?

ସ୍ପଷ୍ଟ ଦେଖିପାରୁଛି ତୁମ ଭିତରେ ଜଳୁଥିବା ନିଆଁକୁ

ସମୁଦ୍ରର ଢେଉରେ ଓଦାହେଇ ଅନେକ ସ୍ବପ୍ନ ଦେଖିଥିଲ

କିନ୍ତୁ ଢେଉ ତ କେବଳ ପାଦ ଓଦା କରିଦେଇ ଚାଲିଯାଏ

ତାକୁ କ'ଣ ଧରି ରଖିହୁଏ ?

କିନ୍ତୁ ମୁଁ ତ ସମୁଦ୍ରର ଅତଳ ଗର୍ଭରେ ବୁଡିଯାଇଛି

ଆଉ ଯିଏ ସମୁଦ୍ରକୁ ଭଲପାଏ ସିଏ ତ ଲୁଣିମାରିଯାଏ

ମୁଁ ବା କେମିତି ବର୍ତିଯିବି .....

ହୁଏତ ଜୀବନର କିଛି ସମୟ ପାଇଁ

ଦୁହେଁ ଦୁହିଁଙ୍କର ଜୀବନ ସାଥି ପାଲଟି ଯାଇଥିଲ

ବର୍ତ୍ତମାନ... ସେ ତ ମୋ ଭାଗ୍ୟ ପାଲଟି ଯାଇଛନ୍ତି

ଭାଗ୍ୟ ରେଖାକୁ କିଏ କ'ଣ ବଦଳେଇ ଦେଇପାରେ ?

ଅତୀତର ଅନେକ ସମୟ ସ୍ୱପ୍ନରେ ବିଭୋର ହେଇ

ସ୍ୱପ୍ନକୁ ବାସ୍ତବ କରିବାରେ ମଜ୍ଜି ରହିଥିଲ

କିନ୍ତୁ ସମୟର ପରିବର୍ତ୍ତନରେ ତୁମର ସ୍ବପ୍ନ ସବୁ ବଦଳିଯାଇ

ସେ ତ ମୋ ସିନ୍ଦୂର ପାଲଟି ଯାଇଛନ୍ତି

ସିନ୍ଦୁରରୁ ଭାଗେଦେଇ କେହି କ'ଣ ଅର୍ଦ୍ଧ ଚନ୍ଦ୍ରାକୃତି ସିନ୍ଦୂର ପିନ୍ଧିପାରେ

ବର୍ତ୍ତମାନ ଏଇ କିଛିଟା ସମବେଦନା ହିଁ ସାର ମୋ ପାଖରେ

ତୁମ ପାଇଁ ପାଲଟା ଉତ୍ତରରେ

ତୁମ ଭବିଷ୍ୟତ କଲ୍ୟାଣ ମନସୀ .....

ଇତି.. ତୁମର ଅଧା ଗଢ଼ା ବାଲିଘର ଭାଙ୍ଗିଥିବା ଭାଗିଦାରୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy