STORYMIRROR

Prafulla Das

Classics Inspirational

4  

Prafulla Das

Classics Inspirational

ଜେଜେ କହୁଥିଲେ

ଜେଜେ କହୁଥିଲେ

1 min
411


ଜେଜେ କହୁଥିଲେ ତାଙ୍କ ଛୁଆ ବେଳେ

ସେ ସନ ବଢ଼ି ରେ ଗାଁ ଗଣ୍ଡା ଗଲା ଧୋଇ

ଏଇ ଡିହ ଟାରେ ନଦୁଅ କାନ୍ଥ ରେ

ଗଢ଼ା ହୋଇ ଥିଲା ସାତ ସେଣି ଖଞା

ପଥର ପାହାଚ  ଦେଇ


ସୋଳ ବରଷରେ ଆଈ ବୁଢ଼ୀ ତୋର

ଘରକୁ ଆଣିଲି ଘରଣୀ ଟି କରି

କନିଆଁ ସୁନା  କୁ  ଦେଇ

ତୋ ବାପା ପଛେ ପଛେ ଦୁଇ ଦାଦା ତୋର

ଜନମ ପିଉସୀ ଦୁଇ

କୁଆଁ ତାରା ଦେଖି ଆଈଵୁଢୀ ତୋର

ନଈ କୁ  ଗାଧେଇ ଯାଇ

ବିରି ଚାଉଳ ରେ ଚକୁଳି ପିଠା ଯୋଗାଡୁ ଯୋଗାଡୁ

କାଉ ରାଵ ଦିଏ ଵିଲର ମୂଲିଆ ପାଇଁ


ଧାନ ଉଁସା ସାଥେ ଢେ଼ଙ୍କି ର ଶଵଦ

ହାତେ କାମ ଛାଡ଼ ନାହିଁ

ଛାତିଏ ଉଁଚର ଦି ହଳ  ଵଳଦ

ଗୁହାଳେ ଧୋବଲି ଗାଈ


ଆଜିକା ପିଲା ଏଡ଼େ ମହଠିଆ

ସଵୁ ସୁବିଧା ଥାଇ  

ଏତେ ଅଳସୁଆ ପଣଟି ତୁମର

ସଂସାର  ଚଳିବ  ନାହିଁ

ସଠଣା  କାହାକୁ କୁହନ୍ତି ମାଉସୀ ପୀଉସି ଠୁଁ ଶିଖ

ଛୋଟ ଛୋଟ କଥା ଶାଶୁ ନଣନ୍ଦ ରେ

ମନ ଫଟା ଫଟି  ଘର ଟି ଭିତରେ

ଏତିକି  କାମକୁ  ନେଇ


ପୁରୁଣା ହେଲେ ବି  ଆମ ପରମ୍ପରା

ଅମୂଲ୍ ମୂଲ  ତା  ମୂଲ୍ୟ

କେଉଁ ଦେଶେ ଅଛି ???

ରଜ ଭାର ଆଉ କୁଆଁର ପୁନେଇ

କେତେ ଯେ ପରଵ କିଏ ହେବ ସମତୁଲ

ଦେଖି ଛ କି କେଵେ

ସଂଜ ନଇଁ ଗଲେ ଚଉଁରା ମୁଳରେ

ଦୀପ  ଟିଏ  ଜାଳି  ଦେଇ

କେଉଁ  ଦେଶ ଵୋହୁ ପ୍ରଣତି ଢାଳଇ

ସାରା  ପରିଵାର  ପାଇଁ ???


ଶିକ୍ଷିତ ହୋଇଛ ପାଠ ସାଠ ପଡ଼ି

ସମୟକୁ ତାଳ ଦେଇ

ଜେଜେ କହୁଥିଲେ ବଞ୍ଚୁଥିବା ଆମେ

ସଂସାର ଭିତରେ

ମାନ ମହତକୁ  ନେଇ ।।



Rate this content
Log in

Similar oriya poem from Classics