Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anjana Naik,Deogarh

Abstract Action Classics

4  

Anjana Naik,Deogarh

Abstract Action Classics

ଜ୍ବଳନ.....

ଜ୍ବଳନ.....

1 min
376


କିଏ କହେ ମୁଁ ଜଳେ ଯୈାବନ ଦୀପ୍ତିରେ

ମୁଁ ତ ପତଙ୍ଗ ସମାନ

ପୋଡ଼ି ମରେ ନିତି ଅଗ୍ନି ପରୀକ୍ଷାରେ 

ଏଇ ପୁରୁଷ କୈନ୍ଦ୍ରିକ ସମାଜରେ

ନିଜ ଅସ୍ତିତ୍ଵ ର ସତ୍ତା ହରେଇ 

ମନଲାଖି ଚରିତ୍ର ହୋଇ

କେବେ ଜନନୀ-ଜାୟା-ଭଗୀନି

ତ କେବେ ଦୁହିତା ରୂପରେ ।।


ଏଇ ସମାଜରେ 

ପୁଣି କାହା ଘୃଣ୍ୟ ନଜରରେ 

ତ କେବେ କଟୁଯୁକ୍ତ ମନ୍ତବ୍ୟ ରେ

ପୋଡ଼ି ଦାଉ ଦାଉ ଜଳେ 

କେବେ ଯୈାତୁକ ଜୁଈରେ 

ଆଉ କେବେ ଏନ୍ତୁଡ଼ିଶାଳରେ ।।


ଇଚ୍ଛା ସବୁ ଶ୍ରାବଣର ଧାରାପରି

ଧୋଇ ଯାଏ ଜଞାଳ ଘଣାରେ 

ବହିଯାଏ କଳନା ହୀନ ଭାବନାରେ 

କ୍ରମଶଃ......

କୁହୁଡିରେ ସ୍ବପ୍ନର ସ୍ରୋତରେ ।


ବାକି ଜିଇଁ ଥିବା କଥା 

ଏଇ ସମ୍ପର୍କ ପାଇଁ

ଏଇ ସଂସାର ମଧ୍ୟରେ

ସବୁ ଦେଇ ନିଶ୍ବ ହୋଇ 

ତଥାପି .........

ସମ୍ପର୍କର ଭ୍ରମ ବନ୍ଧନରେ ।।


Rate this content
Log in

Similar oriya poem from Abstract