ଜବା
ଜବା
ଜନନୀ ଜଠରୁ ଜୀବନ୍ତ ପ୍ରତିମା
ବୃକ୍ଷ ଲତା ଗୁଳ୍ମ ନିର୍ଝର ଝରଣା ।
ସବୁଜିମା ବନ ଶୋହେ ତା ଆନନ
ପ୍ରସ୍ଫୁତିତ ପୁଷ୍ପେ ସୌନ୍ଦର୍ଯ୍ୟ ଦ୍ଵିଗୁଣ ।
ମାର୍ତ୍ତେ ପାରିଜାତ ସେ କୁସୁମ ଜବା
କେତେ ରଙ୍ଗ କେତେ ବର୍ଣ୍ଣ ତାର ଆଭା ।
ସବୁଜ ଗହଳେ ଲୋହିତର ବର୍ଣ୍ଣ
ନୀଳ ଗଗନର ସତେ ତାରା ଗଣ ।
ବାଡ଼ି ବଗିଚାରେ ଦେବତା ପ୍ରାଙ୍ଗଣେ
ଶୋହେ ଲୋହିତ କି ଧବଳ ବରନେ ।
ପୂଜା ଆରାଧନା ମନ୍ତ୍ର କି ତର୍ପଣ
ସ୍ଥାନ ତା ଅନ୍ୟନ୍ୟା ହୁଏ ସମର୍ପଣ ।
ମାତୃ ଶକ୍ତି ପିଠେ ମାତାଙ୍କ ଭୂଷଣେ
ସୌନ୍ଦର୍ଯ୍ୟେ ସୌନ୍ଦର୍ଯ୍ୟ ବଢାଇ ସ୍ୱଗୁଣେ ।
ଜବାର ଅଧରେ ନାଲି ନାଲି ହସ
ଭକତ ମନରେ ଭରେ ଭକ୍ତି ରସ ।
ପୂଜକ ତାନ୍ତିକ ଭକ୍ତ ଉପାସକ
ମନ୍ଦାର ଫୁଲର ମୁଖ୍ୟ ଆବାହକ ।
ଵନୌଷଧି ରୂପେ ମର୍ତ୍ତ୍ୟ ପାରିଜାତ
କେତେ କେତେ ବ୍ୟାଧି କରଇ ନିପାତ ।