ଜାଣିଛି ଏ ମଣିଷ
ଜାଣିଛି ଏ ମଣିଷ
ଜାଣିଛି ଏ ମଣିଷ...
ମିଛ କହିବା ପାପ ଅନୁଚିତ
ହେଲେ କହିଲା ବେଳେ ଜାଣି ଜାଣି
କହୁନି ତ ସବୁବେଳେ ସତ
ଜାଣିଛି ପୁଣି ଭଲ ନୁହେଁ
ଗର୍ବ ଅହଂକାର କରିବା
ଏ ସବୁ ଅଜ୍ଞାନତା କୁପ୍ରକୃତି
ତଥାପି କରୁଛି ନିତି
ଦମ୍ଭେ କେତେ ଅନ୍ୟାୟ ଅନୀତି
ଜାଣିଛି ଏ ମଣିଷ...
କର୍ମ ଅନୁଯାୟୀ ମିଳେ ଫଳ
ହୁଏ ନିଜର ହିଁ କ୍ଷତି
ହେଲେ ସହି ଯାଏ ମଥା ପାତି
କଲେ ଘୃଣା ହିଂସା ଦ୍ୱେଷ
ପରିଣାମ ହୁଏ ତାର ଅଶେଷ
ଜାଣିଛି ଏ ମଣିଷ...
ସଂପର୍କ ହୁଏ ଛିହ୍ନ ବିଚ୍ଛିନ୍ନ
ନିଜ ଲୋକ ହୋଇଯାଏ ପର
ଉଜୁଡି଼ ଯାଏ ସୁନାର ଘର ସଂସାର
ହୁଏ ଅସହାୟ ନିରୁପାୟ
ତଥାପି ବଦଳେ ନାହିଁ
ସୁଧାରେ ନାହିଁ ସ୍ଵଭାବ ନିଜର
ଜାଣିଛି ଏ ମଣିଷ...
ଲାଞ୍ଚ ମିଛ ବ୍ୟଭିଚାର
ନଷ୍ଟ କରିଦିଏ ମାନ ମର୍ଯ୍ୟାଦା ଇଜ୍ଜତ
ପ୍ରତିକ୍ରିୟାରେ ପାଏ ଆଘାତ
ଶତ୍ରୁ ହୁଅନ୍ତି ଜାତ...
କରୁଛି ଚୋରୀ ଡକାୟତି ଲୁଣ୍ଠନ
ହେଉଛି ବଦନାମ ପାଉଛି ଶାସ୍ତି
ତଥାପି ହେଉନି ପରିବର୍ତ୍ତନ
ଜାଣିଛି ଏ ମଣିଷ...
ହେଲେ ଠକ ଅଳସୁଆ ଅକର୍ମା
ଅଭାବ ଅନାଟନରେ ଯାଏ ଦିନ
ମିଳେ ନାହିଁ ଦୈବଠୁ କ୍ଷମା
ଏ ମଣିଷ ଜଣେ ଜଣକର ହୁଏ ଶତ୍ରୁ
ନିର୍ବିକାର ହୁଏନା ମନ ହୃଦୟରୁ
ମୁକୁଳାଇ ପାରୁନି ନିଜକୁ
ସ୍ଵାର୍ଥର ମାୟା ମୋହ ବନ୍ଧନରୁ
ଭୋଗୁଛି ବହୁତ ଦୁଃଖ
ନିଜର ଭୁଲ୍ ତ୍ରୁଟି କାରଣରୁ
ଜାଣିଛି ଏ ମଣିଷ...
ସମସ୍ତଙ୍କ ଭିତରେ ଥାନ୍ତା ଯଦି
ସଦ୍ଭାବ ମଣିଷ ପଣିଆଁ
ଏମିତି ହୁଅନ୍ତା ନାହିଁ ଦୟନୀୟ
ଏ ସାରା ଦୁନିଆଁ
ବୁଝିସୁଝି ସବୁ କିଛି
ମଣିଷ ହେଉଛି ଅମାନିଆଁ
ବୁଦ୍ଧି ବିବେକ କିଛି କରୁନି କାମ
ଅଧିକ କ'ଣ କରିବ ବୋଲି
ଜୀବନ ଯାକ ହୁଏ ଖାଲି ଛାନିଆଁ।