STORYMIRROR

Satyabati Swain

Romance

3  

Satyabati Swain

Romance

ଜାଳୁଥାଉ

ଜାଳୁଥାଉ

1 min
290

ମୋହ ଗ୍ରସ୍ତ

ଉନ୍ମତ୍ତ ମୁଁ

ପ୍ରକୃତିସ୍ଥ ହେବାକୁ କେତେ ଯୁଗ

ଲାଗିବ କେଜାଣି

ତୁ ମୋ ହୃଦୟେ କି ଯାଦୁ କରିଛୁ

ମୋତେ ମୋଠୁ ଛଡେଇ

ଏତେ ଛଟପଟ କିଆଁ କରି ମାରୁଛୁ ।


ମୋ ଭିତର ଆର୍ତ୍ତନାଦ

ନିଃଶବ୍ଦେ ଜଳାଏ

ନିଶ୍ଚୁପ ଅଥଚ

ପ୍ରବହମାନ ଗତିରେ

ଧାଉଁଛି ଛୁଇଁବାକୁ ତୋତେ।


ହାତ ପାଆନ୍ତାରୁ

ତୁ ଯାଉଛୁ ଦୁରେଇ

ସ୍ୱପ୍ନକୁ ତକିଆ କରି

ଶୋଇଛି ମୁଁ ସିନା

ତୁ କିନ୍ତୁ

ସ୍ୱପ୍ନର ମହଲ

ହୋଇ ଗଲାଣି କା'ର।


ନିଷ୍ଠୁର ସତ୍ୟକୁ

ଆପଣେଇ ପାରୁନି ମୁଁ

ଭାବୁଛି କାଟି ଫିଙ୍ଗିଦେବି

ହୃଦୟେ ଆସନ ଆବୋରି

ବସିଥିବା ସ୍ଥାନଟିକୁ

ମାତ୍ର ହାତ ଯାଉନି

ହେଉ ପଛେ ମିଛ

ବସିଥାଉ ସେମିତି ପ୍ରେମର

ପ୍ରତିମା ହୋଇ

"ଜାଳୁ ଥାଉ "ପଛେ

ଜୀବନ ତମାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance