ଜାଳୁଥାଉ
ଜାଳୁଥାଉ
ମୋହ ଗ୍ରସ୍ତ
ଉନ୍ମତ୍ତ ମୁଁ
ପ୍ରକୃତିସ୍ଥ ହେବାକୁ କେତେ ଯୁଗ
ଲାଗିବ କେଜାଣି
ତୁ ମୋ ହୃଦୟେ କି ଯାଦୁ କରିଛୁ
ମୋତେ ମୋଠୁ ଛଡେଇ
ଏତେ ଛଟପଟ କିଆଁ କରି ମାରୁଛୁ ।
ମୋ ଭିତର ଆର୍ତ୍ତନାଦ
ନିଃଶବ୍ଦେ ଜଳାଏ
ନିଶ୍ଚୁପ ଅଥଚ
ପ୍ରବହମାନ ଗତିରେ
ଧାଉଁଛି ଛୁଇଁବାକୁ ତୋତେ।
ହାତ ପାଆନ୍ତାରୁ
ତୁ ଯାଉଛୁ ଦୁରେଇ
ସ୍ୱପ୍ନକୁ ତକିଆ କରି
ଶୋଇଛି ମୁଁ ସିନା
ତୁ କିନ୍ତୁ
ସ୍ୱପ୍ନର ମହଲ
ହୋଇ ଗଲାଣି କା'ର।
ନିଷ୍ଠୁର ସତ୍ୟକୁ
ଆପଣେଇ ପାରୁନି ମୁଁ
ଭାବୁଛି କାଟି ଫିଙ୍ଗିଦେବି
ହୃଦୟେ ଆସନ ଆବୋରି
ବସିଥିବା ସ୍ଥାନଟିକୁ
ମାତ୍ର ହାତ ଯାଉନି
ହେଉ ପଛେ ମିଛ
ବସିଥାଉ ସେମିତି ପ୍ରେମର
ପ୍ରତିମା ହୋଇ
"ଜାଳୁ ଥାଉ "ପଛେ
ଜୀବନ ତମାମ।

