ଜାଗ୍ରତ ହୁଅ ଯୁବା ଯୁବତୀ
ଜାଗ୍ରତ ହୁଅ ଯୁବା ଯୁବତୀ
(ଝଗଡ଼ି...ମାତ୍ର ବୃତ୍ତେ)
ଦେଖ ଗୋ । ଏ କେଉଁ ବିଭୀଷିକା
ନେତା କରୁଛନ୍ତିଟି ଆଜି ଜୀବିକା ।।(ପଦ)।।
ପରା ବେପାର ଆଜି ରାଜନୀତି
ନାହିଁ ଜନ ସେବା ନାହିଁ ଟି ଭକ୍ତି
ମଦ ମାଂସ ଟଙ୍କା ଜନଙ୍କ ପ୍ରୀତି
ନେତା ଜାଣିଛନ୍ତି ଭୋଟର୍ ରୀତି।।ଦେଖ ଗୋ..........(୧)
ଯୁବା ଯୁବତୀ ନ ବୁଝିବଯେବେ
ନିଜ ଅଧିକାର ନ ଜାଣିବକେବେ
ଭ୍ରଷ୍ଟାଚାରୀ ପୁଣି ଆସିବେ ଜାଣି
ଟଙ୍କା ମଦମାଂସେ ନେବେ ଟି କିଣି।।ଦେଖ ଗୋ........(୨)
ପରିବାର ବାଦ ହଟିବ ତେବେ
ହେବେ ଜନଜନ ଜାଗ୍ରତ ଯେବେ
କରିବ ବାସ୍ତବେ ସେବା ଆମର
ନେତା କରିବା କରିଣ ଆଦର।।ଦେଖ ଗୋ...........(୩)
ସ୍ବପ୍ନ ରାମରାଜ୍ୟ ସାକର ହେବ
ନିଜ ଅଧିକାର ଆମେ ବୁଝିବ
ଭଲ ଲୋକହସ୍ତେ ଶାସନଦେବା
ଟଙ୍କା ମଦମାଂସେ ବିକ୍ରି ନହେବା।।ଦେଖ ଗୋ......(୪)
ଭଲ ମନ୍ଦ ସବୁ ଯୁବା ହସ୍ତରେ
ପୁଣି ଡିଜିଟାଲ ଆଜି ରାଷ୍ଟ୍ରରେ
ଶିକ୍ଷିତ ଅତି ଯୁବ ଓ ଯୁବତୀ
ବୁଝୁ ଛନ୍ତୂ ପରା ନେତା ଦୁର୍ନୀତି।।ଦେଖ ଗୋ......(୫)
ନୂଆ ଏ ଭାରତ ହୋଇଛି ପରା
ଅମୃତ ଏ କାଳ ଆସିଛି ଧରା
ପଞ୍ଚମ ସ୍ଥାନରେ ଦେଶ ଆମର
ଏବେ ପ୍ରତିଜ୍ଞା ତୃତୀୟ ସ୍ଥାନର।।ଦେଖ ଗୋ......(୬)
ଯୁବା ଓ ଯୁବତୀ ଆତ୍ମନିର୍ଭର
ବୁଝିବେ କର୍ତ୍ତବ୍ୟ ଏବେତାଙ୍କର
କରିବେସେ ରାଷ୍ଟ୍ର ଏକ ନମ୍ବର
ହେବ ବିଶ୍ଵଗୁରୁ ଦେଶ ଆମର।।ଦେଖ ଗୋ......(୭)