STORYMIRROR

Biswanath Nayak

Inspirational

4  

Biswanath Nayak

Inspirational

ଜାଗ ଯାଜ୍ଞସେନୀ

ଜାଗ ଯାଜ୍ଞସେନୀ

1 min
201

       

ଜାଗ ଜାଗ ଯାଜ୍ଞସେନୀ,

ନିଦ୍ରିତ ରୁହନା ଆଉ ରାଣୀହଂସ ପୁରେ।  

ରାଜରାସ୍ତା ରେ ବୁଲନ୍ତି ଶହ ଶହ ଦୁଃଶାସନ,

କର୍ଣ ଆଉ ଦୁର୍ଯ୍ୟୋଧନ ସହ।  

ଖୋଜି ବୁଲନ୍ତି ସେମାନେ ଦ୍ରୌପଦୀର କେଶ,

ଟାଣି ନେଇ ବିବସନା କରିବାକୁ,

ଛଳନା ର କୁରୁସଭା ତଳେ।  

ଭୁଲୁଣ୍ଠିତ କରିବାକୁ କୁରୁ ପରମ୍ପରା।  

ସଜାଇବାକୁ ତୁମକୁ କ୍ରୀଡନକ ପୁରୁଷର ହାତେ।  

କିନ୍ତୁ? କୃଷ୍ଣା!

ତୁମେ ନୁହେଁ ଅବଳା ଦୁର୍ବଳା। 

ଜନମ ତୁମର ନୁହେଁ,

ମଥା ପାତି ସହିବାକୁ ସବୁ ଅପମାନ।  

ଚୁପ୍ ଚାପ୍ ପିଇବାକୁ ସବୁ ହଳାହଳ।  

ତୁମେ ପରା ଆଦିଶକ୍ତି ତୁମେ ଯୋଗମାୟା। 

ତୁମେ କୁଳ କୁଣ୍ଡଳିନୀ ତୁମେ ମହାମାୟା।  

ଶକ୍ତି ସ୍ଵରୂପିଣୀ ତୁମେ ମହିଷାମର୍ଦ୍ଦିନୀ।  

ଦଶଭୂଜା ରୂପ ଧରି,

ଅଟକାଅ ଦୁଃଶାସନ ହାତ।  

ନ ଛୁଉଁ ସେ ପାପୀ ହାତ,

ତୁମର ସେ ପବିତ୍ର ପଣତ।  

ଦୁନିଆଁ କୁରୁସଭା ରେ ଧୃତରାଷ୍ଟ୍ର ଅନ୍ଧ। 

ତା ଅନ୍ନେ ପ୍ରତିପାଳିତ,

ପିତାମହ ଭୀଷ୍ମ ଆଉ ଗୁରୁ ଦ୍ରୋଣାଚାର୍ଯ୍ୟ। 

ସାଜିବେ ନୀରବଦ୍ରଷ୍ଟା,

ମଥାପୋତି ବସିବେ ସେମାନେ।  

ଆଶା କରନାହିଁ ତୁମେ ତାଙ୍କଠାରୁ ନ୍ୟାୟ।  

ଅପେକ୍ଷା କରନା ତୁମେ ବୃକୋଦର ପାଇଁ।  

ନିଜ ହାତରେ ଉପାଡି ଦୁଃଶାସନ ଭୂଜ,

ସେ ରକତେ ସାଜ ତୁମ ବେଣୀ।  

ଭବିଷ୍ୟତ ରେ ନ ବସୁ ଆଉ ଏକ କୁରୁସଭା,

ଲୁଣ୍ଠିବାକୁ ନାରୀର ସମ୍ମାନ।  

ନ ହେଉ ଧର୍ମର ଗ୍ଳାନି,

ନ ହେଉ ଦ୍ଵିତୀୟ ବାର କୃଷ୍ଣ ଅବତାର।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational