Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Thriller

3  

Bharatabandhu Biswal

Action Inspirational Thriller

ଜାଗ ରଣବୀର

ଜାଗ ରଣବୀର

1 min
224



ଭାରତମାତାର ବୀର ସୈନିକ   

 ଜାଗ ହେ କ୍ଷତ୍ରିୟ ମହାବଳ

ହୁଙ୍କାର ଦିଅ ଶତ ସିଂହସମ

   ଶତ୍ରୁ ହେଇଯାଉ ଥରହର ।

ବୀର ବିକ୍ରମ ଶୈ।ର୍ଯ୍ୟ ସାହସୀ

     ହେ ମହା ଦୁର୍ଜୟ ରଣବୀର

ବିନ୍ଦୁ ବିନ୍ଦୁ ତୋର ରକ୍ତ ମାଥେ ଲେଖା  

ଅପରାଜେୟ ତୁ ମହାବୀର ।

ଅରାତି କରୁଛି ହୀନ କୂଟନୀତି

   ଚଳାଉଅଛି ସେ ଛଦ୍ମଯୁଦ୍ଧ

ଅର୍ଥ ବାହୁବଳେ କରି ଭୟଭୀତ

  ଭାରତ ସହିତ କରୁଛି ଦ୍ୱନ୍ଦ ।

ଜାଣିନାହିଁ ଶତ୍ରୁ ଏଇ ମାଟିପୁଅ

 କେତେ ଭୀଷଣ ଭୀଷ୍ମ ପ୍ରତିଜ୍ଞ

ସମ୍ମୁଖେ ଯାହାକୁ ଦେଖି ଡରି ଯାଏ 

ସାକ୍ଷାତ ବି କାଳଯମ ।

ପଛଘୁଞ୍ଚା ନାହିଁ ତା ଜନ୍ମ ଜାତକେ

 ସହେ ନାହିଁ କାହା ନାଲି ଆଖି

ଶତ୍ରୁ ର ଛାତିକୁ ପାରେ ସେ ବିଦାରି 

ଲଗାଇ ନିଜର ପ୍ରାଣ ବାଜି ।

ପୁଣ୍ୟ ଜନ୍ମଭୂମି ସାର୍ବଭୈ।ମତ୍ୱ

    ସୁରକ୍ଷା ଆମ ପରମ ଧର୍ମ

ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଦେହେ

  ସଂଗ୍ରାମ ହେବ ଅବିରାମ ।

ମଥାରେ ତାହାର ବିଜୟ ତିଳକ

 ସିଏ ମାରିବ ନଚେତ ମରିବ

ଶାର୍ଦ୍ଦୂଳ କ୍ଷୁଧିତ ହେଲେ ରଣମତ୍ତ

 ଥୟ ଅଇରୀର ପରାଭବ ।

ମରେ କାପୁରୁଷ ଭୀରୁ ପରି ସିନା

 ବୀର ପୁତ୍ର ମୁଖ ସୁଉଜ୍ଜ୍ୱଳ

ଜନମିଲେ ଦିନେ ମରିବାକୁ ହୁଏ

ବୀର ମରି ମଧ୍ୟ ହୁଏ ଅମର ।

ପୁକାରନ୍ତି ମାତ ଜାଗ ବୀରପୁତ୍ର

 ଉତ୍ତୋଳନ କର ଅସ୍ତ୍ରଶସ୍ତ୍ର

ଭିଡିବାନ୍ଧ ଶିରେ କଫନ ନିଜର

 ନିପାତ ଶତ୍ରୁ ର ସୈନ୍ୟ ବଳ ।


    


Rate this content
Log in

Similar oriya poem from Action