STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଇଶ୍ୱର

ଇଶ୍ୱର

1 min
145

ବୈଜ୍ଞାନିକ ହାରିଯାଏ 

ଅନୁଭୂତି ଓ ଜ୍ଞାନ ଗାରିମାର ଶେଷରେ 

ତୁମରି ଅସ୍ତିତ୍ବ, ତମେହିଁ ଆବିଷ୍କାରକ ତଥା ଉଦ୍ଭାବକ 

ଦାର୍ଶନିକ ବି ହାରିଯାଏ 

ଦର୍ଶନରେ ବିଭୋର ହୋଇ, ଶାନ୍ତିର ସଂଜ୍ଞା ଓ ନିର୍ବାଣ ର ପରିଧି ଖୋଜି 

କବିଟିଏ ହାରିଯାଇଛି ମୁଁ 

ତମ କବିତ୍ଵ ଦେଖି, ଶବ୍ଦଗୁଚ୍ଛର ସମାହାର ଭିତରେ 

ପାହାଡ, ନଈ, ହ୍ରଦ, ସମୁଦ୍ର, ଆକାଶ  ...  କେତେ କଣ  

ପୁଣି ପଶୁ ପକ୍ଷୀ ମନୁଷ୍ୟ, କୀଟ ଓ ପତଂଗ

ଶବ୍ଦ ସବୁ ମଣିଷ ଦେଲେବି, ତମେତ ଖଞ୍ଜିଛ ଯାହାକୁ ଯେଉଁଠି 

ପୁଣି ଢ଼ାଲିଦେଇଛ ବୁଦ୍ଧି, ବିଦ୍ୟା, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଅନେକ 

ହେଲେ ପୁଲି ଟି ଧରିରଖିଛ ହାତରେ ବଇଁଶୀ ରୂପରେ 

ବା ଦଶାବତାରେ ବା ରାମାୟଣ ମହାଭାରତ ଉପାଖ୍ୟାନରେ 

ବା କହ୍ନେଇ ଙ୍କ ମୟୁର ଚୂଳରେ ଅବା ବାଙ୍କ ଚାହାଣୀରେ 


  ସେଥିପାଇଁ କବି ବି ଲେଖନ୍ତି ନଈ କହେ କାଳେ 

ବହୁଥିଲି ବହୁଅଛି ବହୁଥିବି

ସତ୍ୟ, ଦ୍ୱାପର କଳି ପରେ ବି, ଅନ୍ୟ ଏକଯୁଗର ଆଗମନ ପରେବି 

ହେଲେ ମନୁଷ୍ୟ, ତୁ ହୁଅ ବୈଜ୍ଞାନିକ, ଅବା ଦାର୍ଶନିକ ବା କବି 

ନଶ୍ୱର ତୋ ଦେହ ଇଶ୍ୱର ତୁ ନୁଂହ 

ଇଶ୍ୱରଙ୍କ ଶବ୍ଦରାଗ ଭିତରେ କବିଟିଏ ଛାର 

ତଥାପି ଚୋରି କରୁଛି ଶବ୍ଦର ସମ୍ଭାର 

ତାଜମହଲ ନାହେଲେବି, ତୋଳିବାକୁ ଶବ୍ଦର ନଅର 

ପ୍ରୟାସ ତାହାର 

କହ୍ନେଇ ହେ ପ୍ରଣାମ ତୁମକୁ ମୋହର 

ସୁଖ ଏତିକି ଦିଅ ଯେମନରେ ଅହଂକାର ନ ଆସୁ 

ଦୁଃଖ ଏତିକି ଦିଅଯେ 

ତୁମଉପରୁ ଯେମିତି ଭରସା ନ ତୁଟୁ.


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract