ଈଶ୍ବର
ଈଶ୍ବର
ହେ ଈଶ୍ବର,ତୁମେ ତ ବିଶ୍ବର
ବୁଝି ପାର ସମସ୍ତ ଙ୍କ
କଥା ତ ମନର।
କାହା ପ୍ରତି ସୁବିଚାର
କାହା ପ୍ରତି ଅବିଚାର
କାହିଁକି ଏ ପାତର ଅନ୍ତର
ତୁମେ ପରା ସତ୍ୟ,ଶିବ,ସୁନ୍ଦର
ତୁମେ ତ ମନୋହର ସବୁରି ମନର
ତୁମ ପାଖେ ଥାଏ ପରା ହିସାବ
ସବୁ ପାପ ପୂଣ୍ୟର ,
ଧର୍ମ ଅଧର୍ମ ର ପରା ତୁମେ କର ବିଚାର ।।
ସବୁ ଠି ତ ଚର୍ଚ୍ଚା ହୁଏ ତୁମର
ବାଟରେ,ଘାଟରେ,ରାସ୍ତାରେ, ହାଟରେ
ସବୁ ଠି ସବୁ ଠି ତ ତୁମେ ଦରକାର
ହେ ଈଶ୍ବର,ତୁମେ ତ ବିଶ୍ବର ।।
ନଦୀ,ନାଳ ପାହାଡ ପର୍ବତ
ଗିରିବନ,କାନନ,ଝରଣା,ଆକାଶ
ସବୁ ଠି ତ ତୁମେ ବିଦ୍ୟମାନ
ପୁଣି ରହିଯାଏ କେଉଁଠି
କାହିଁକି ଖାଲି ଶୂନ୍ୟସ୍ଥାନ ।।
ଯୋଗୀ ,ରୋଗୀ ,ଭୋଗୀ
ସମସ୍ତେ ତୁମ ଆତ୍ମାର
ଜ୍ଞାନୀ ର ଜ୍ଞାନ ତୁମେ ମାନୀର ମାନ ତୁମେ
ଧନୀ ର ଧନ ବି ତୁମେ
ତୁମେ ପରା ସର୍ବାଧାର ,
ଐଶ୍ବର୍ଯ୍ଯ,ସୌନ୍ଦର୍ଯ୍ୟ ମାଧୁର୍ଯ୍ୟର
ଅନନ୍ତ ସାଗର,ଆନନ୍ଦ ଅପାର
ସୁମଧୁର ସୁର କାକଳୀର
ତୁମେ ବି ସ୍ବରୂପ ଆତ୍ମାର
ତୁମକୁ ଯେ କରେ ଆପଣାର
ତାକୁ ତୁମେ ଦିଅ ଅଧିକାର
ତୁମ ଦିବ୍ଯ ରୂପ ଦର୍ଶନର
ହେ ଈଶ୍ବର ତୁମେ ତ ବିଶ୍ବର ।।
ମୋତେ କର ଆପଣାର
ମୁଁ ନିମିତ୍ତ ମାତ୍ର
କେବଳ ଏକାନ୍ତ ତୁମର ।।
