ଈଶ୍ୱର
ଈଶ୍ୱର
ଈଶ୍ୱର ଆମର ଭାଗ୍ୟ ଲଲାଟରେ ଲେଖିଛନ୍ତି ସବୁକିଛି,
"ତୁମେ ଯାହା ଚାହଁ ତାହା ହିଁ ହୋଇବ ''ସେ କଥା ବି ଲେଖାଅଛି |
ଭଲବାଟ ପାଇଁ ଛୋଟ ପାହାଚଟି ହୋଇପାରେ ଗ୍ରହଣୀୟ,
ଖରାପ ବାଟକୁ ବଡ ପାହାଚଟି ସବୁବେଳେ ବର୍ଜନୀୟ |
ସୁଖ ବାଣ୍ଟିବାରେ ଗଣିତ ସୂତ୍ରଟି ମୋଟେ କାମ କରେ ନାହିଁ,
ଦେଉଥିଲେ ବଢେ ରଖିନେଲେ କମେ ଆନନ୍ଦ ସୂତ୍ର ଏହି |
ନ କହିଲେ କଥା କହୁଥିବେ ଲୋକ ବୋକା ଲୋକଟିଏ ଏହି,
ବେଶିକଥା ହେଲେ ହସିବେ ପଛରେ ବାୟା-ପାଗଳା କହି |
ଯେତେବେଳେ ଯାଏ ମଣିଷ ନିଜକୁ ସାହାଯ୍ୟ କରିପାରିନି,
ସବୁ ଉପଦେଶ ଅନ୍ୟର ସାହାଯ୍ୟ କିଛି କାମ କରିବନି |
ଚେଷ୍ଟା କରୁଥିବା ଭଲ ଚିଜଟିଏ ତିଆରି କରିବା ପାଇଁ,
ଭଲକାମ କରି ନ ପାରିଲେ ନାହିଁ ଭଲ ଦିଶୁଥାଉ ସେହି |
