ଈଶ୍ୱର
ଈଶ୍ୱର
ବିପଦକୁ ସାମ୍ନାକରି
କର୍ତବ୍ୟ ଆଦରି
ପରିବାର ଅଣଦେଖା
ମାନବଙ୍କ ସେବାରତ
ମାଧବ ରୂପରେ,
ବିଶ୍ୱାସର ନାବିକ
ରୋଗୀସେବା କରନ୍ତି ବିଶ୍ୱରେ ।
ନିଆଁ ସହ ଖେଳ କରି
ଲମ୍ପଦେଇ ଜହର ଭାଣ୍ଡକୁ
ନିଜେକଷ୍ଟ ପାଇ
ଇଷ୍ଟ ସେବାରେ ଆନନ୍ଦ
ଜୀବନକୁ ବାଜିମାରି
ମୃତୁ ମୁଖୁଁ ଲେଉଟାଇ ଆଣିବାର ପଣ,
ଅହଂ ନାହିଁ ଅଛି ତତ୍ୱମସି
ଆତଙ୍କ କୁ ସାହସ ବାର୍ତାଦେଇ
କରୁଣାର ଧାରା ଜାରି ଜଗନ୍ନାଥ ।
ମନୁଷ୍ୟ ବି ପଥରକୁ ଈଶ୍ୱର ମଣୁଛି
ବିଶ୍ୱାସରେ ଉପଚାର ମାନ
ଛପନପଉଠି ବାରମାସ ତେର ପର୍ବମାନ
ଅଦୃଶ ସହିତ ଭାଵ ଲଗାଇଛି
ମୁଣ୍ଡ ପିଟି ବିଶ୍ୱାସ ଢାଳୁଛି,
ମନ୍ଦିର, ମହଜିଦ, ଗୀର୍ଜା, ଗୁରୁଦ୍ୱାର
ସବୁଠାରେ ପଣ୍ଡିତେକଂ ଗଡ଼
ବିଶ୍ୱାସର ଢାଲ ତଳେ କୃପାଣ କଳଙ୍କ
ଯାଇ ଦେଖ ଚଳନ୍ତି ପ୍ରତିମା,
ଚାହାନ୍ତିନି ଭୋଗରାଗ,ସ୍ତୁତି, ମନ୍ତ୍ରତନ୍ତ୍ର ଜପ
ଜୀବନ ଆରୋଗ୍ୟ ପାଇଁ ତାଙ୍କତପ ।
ରୋଗୀ ସୁସ୍ଥ ନହେଲା ପର୍ଯ୍ୟନ୍ତ
ଈଶ୍ୱରଙ୍କ କରୁଣା ଦରଦ
ମନୁଷ୍ୟର କଷ୍ଟ ଦୂରକରିବାକୁ
ଅନାହାରେ ଅକ୍ଲାନ୍ତ ସେବାରେ
ଆଘାତ ଯନ୍ତ୍ରଣାର ଛଟପଟ
ତାର ପ୍ରିୟ ରୋଗୀଙ୍କ ହିତରେ
ବ୍ରତୀ ଅବିରତ ବିରତି ନଥାଏ,
ହୃଦୟର ଭାଷା ପଦେ
ସ୍ତୁତି ବିଶ୍ୱପ୍ରଶସ୍ତି ଗାନରେ
ହେ ଚଳନ୍ତି ଦେବତା , କରୁଛୁ ପ୍ରଣତି ।
