STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଇଏ କି ତୁମର ଲୀଳା

ଇଏ କି ତୁମର ଲୀଳା

1 min
123


 ସ୍ନେହ ଶରଧାର ସୂତାଖିଅ ଏହି

 ସମ୍ପର୍କର ସେତୁ ରାକ୍ଷୀ

 ଭାଇର ହାତରେ ଭଉଣୀ ବାନ୍ଧଇ

 ସିନେହ ମମତା ମାଖି


 ଏ ସନ ରାକ୍ଷୀର ମହକ ନାହିଁ ଲୋ

 ଶ୍ରାବଣ ଗଲାଣି ଶୁଖି

 ଭାଇ ଚାହିଁଅଛି ଭଉଣୀ ବାଟକୁ

 କରୋଣା ତରାଟେ ଆଖି


 ଭାଇ ରହୁଅଛି ରେଡ୍ ଜୋନରେ

 ଭଉଣୀର ହଟସ୍ପଟ

 ରାକ୍ଷୀ ବାନ୍ଧିବାକୁ ବାଟ ନାହିଁ ବୋଲି

 ମନ ହୁଏ ଛଟପଟ


 ବିଦେଶେ ଯା ଭାଇ , ଗାଁ'ରୁ ଭଉଣୀ 

 ଡାକରେ ପଠାଏ ରାକ୍ଷୀ

 ଏସନ କେମିତି ପଠାଇବ ସିଏ

  ବିଦେଶ ଯାଉନି ଚିଠି


  କଳା ସାଆଁନ୍ତଙ୍କୁ ରାକ୍ଷୀ ବାନ୍ଧିଥାନ୍ତି

  ଭଉଣୀ ହଳଦୀ ମୁହିଁ

  ପ୍ରଭୁ ଝୁଲିଥାନ୍ତି ଝୁଲଣ ବେଦୀରେ

  ଭକତଙ୍କ ମନ ମୋହି


  ଦେଉଳକୁ ଏବେ ଭକତଙ୍କୁ ମନା

  ଝୁଲଣ ଦେଖିବ କିଏ

  କରୋଣାର କୋପ ସହି ହେଉନାହିଁ

  ସଭିଙ୍କୁ ଯାତନା ଦିଏ

  

  ବିନା ଭକତରେ ସବୁ ଯାତ ହୁଏ

  ଇଏ କି ତୁମର ଲୀଳା

  କେତେଦିନ ଆଉ ସମ୍ଭାଳିବୁ ପ୍ରଭୁ

  କରୋଣାର ଏହି ଜ୍ଜ୍ୱାଳା !

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy