STORYMIRROR

Tankadhar Majhi

Inspirational Others

4  

Tankadhar Majhi

Inspirational Others

ଇଛା ନାଇଁ ମରେ

ଇଛା ନାଇଁ ମରେ

1 min
40

ଇଛା ନାଇଁ ମରେ 

ଗୁଲାମ ହେବା ପଛେ କାହାର ଘରେ

ପେଟ ଭରି ସପନ ପୁରା କରବା ତକ

ଛନ୍ଦ କପଟର ବୋଝ ବୁହିବା ପଛେ

କେବେ ନମକ ହାରାମ ନାଇଁ ହୁଏ 

ଭୋକ୍ ନୁ ଜିତବାର ତାକତ ଥିବା ତକ

ଫେର ବି ଇଛା ନାଇଁ ମରେ !


ଇଛା ନାଇଁ ମରେ 

ଉଡ଼ି ନାଇଁ ପାରଲେ ମନ ଦୁଃଖ ନାଇନ

ଆକାଶେ ଚେରେ କେ ଦେଖି କରି ଜିଁବା

ସକାଳୁ ବେଳ ବୁଡ଼େ ସପନ ପୁରା କରବା

ଯେ ଜାଣା କହେଲେ ବି ଘମଣ୍ଡ ନାଇଁ କରେ

ସାହାରା ମାଗବା ପଛେ କେନ୍ ବାଟ ଦୁଆରେ

ହେଲେ ଇଛା କେବେ ନାଇଁ ମରେ !


ଇଛା ନାଇଁ ମରେ

କେନ୍ତା ଆଗକେ ବଢି଼ ପାରସନ ଯେ ଲୋକ 

ଗରୀବ ଲୁକର ଗୋଡ଼ ଘିଚି ଟଁଟି ଚିପି କରି

ମୁନୁଷ ଅ ତମେ କେନ୍ତା ଖୁସି ହେଇପାରବ

ମୁଠେ ଖାନା ନି ପାଉଥିବା ଭୁଖା ପେଟ୍ ଦେଖି

ଚାପି ହେଉଥିବା ପଛେ ଉଠବା କେ ନାଇଁ ଛାଡ଼େ

ହେଲେ ଜିତବା ଲାଗି ଇଛା ନାଇଁ ମରେ ! 


ମରେ =ମରିବା

ତକ=ପର୍ଯ୍ୟନ୍ତ 

ଚେରେ=ଚଢେଇ

ଲୁକ-ଲୋକ 

କେନ୍= କୌଣସି ଏକ ସ୍ଥାନ

କେନ୍ତା=କେମିତି

ଚାପି = ଚାପି ରଖିବା

ମୁନୁଷ/ଲୁକ=ମଣିଷ 

ଭୁଖା=ଭୋକିଲା

ଜିଁବା=ବଞ୍ଚିବା


Rate this content
Log in

Similar oriya poem from Inspirational