STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ଇଚ୍ଛା ହୁଏ ମୋର ଦିନଟିଏ ପାଇଁ

ଇଚ୍ଛା ହୁଏ ମୋର ଦିନଟିଏ ପାଇଁ

1 min
443


ଇଚ୍ଛା ହୁଏ ମୋର ଦିନଟିଏ ପାଇଁ

କରୁଥାନ୍ତି ଟିକେ ପ୍ରେମ

ଜୀବନ ଅଳୀକ ଚାଲିଯିବ କେବେ

ରହିଯିବ ମନେ ସ୍ଵପ୍ନ।

ପ୍ରେମ ପାରାବାରେ ରହନ୍ତି ଆତୁରେ

ଯାଆନ୍ତି ନିଜକୁ ଭୁଲି

ହାତ ଧରି ଧରି ଆସନ୍ତି ଟିକିଏ

ସହରଟା ସାରା ବୁଲି ।।

ଦିଅନ୍ତି ଚୁମ୍ବନ ଗାଲରେ କାହାର

ମୂହୁର୍ତ୍ତ ଟେ ପାଇଁ ହେଉ

ସେଇ ସ୍ମୃତି ମୋର ହୁଅନ୍ତା ପ୍ରେମର

ପ୍ରେମ ସାଗରର ଢେଉ।

କାଟି ଦେଉଥାନ୍ତି ବାକି ଜୀବନ ମୁଁ

ସେହି ସ୍ମୃତି ଆଶ୍ରା କରି

ପ୍ରେମର ଆସ୍ଵାଦ ପାଉଥାନ୍ତି ସଦା

ଅତୀତକୁ ସ୍ମରି ସ୍ମରି।

କାହାକୁ କହିବି ଅତି ନିକଟରୁ

ମୋ ମନ ଗହନ କଥା

କରିବି ବୋଲି ମୁଁ ପ୍ରେମ ଟିକେ ପାଇଁ

କେବୁଝିବ ମୋର ବ୍ୟଥା।

କରିବି ମୁଁ ପ୍ରେମ କରିବି ନିଶ୍ଚୟ

ଦେଇ ଏ ହୃଦୟ ମୋର

ଦିନେ ପାଇଁ ପଛେ ହେଉ ତାକୁ ଏକା

ଭାବୁଥିବି ଆପଣାର ।।


ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Romance