Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Horror

3  

sudhakar sethi

Horror

ହତ୍ୟା

ହତ୍ୟା

1 min
11.8K



ଏକା,ମୁଁ ଏକା ସମ୍ପୂର୍ଣ୍ଣ ଏକା

ତଥାପି ଚାଲିଵାକୁ ହେବ 

ଭେଦ କରିବାକୁ ହେବ 

ପ୍ରତାରଣାର ମେଘନାଦ ପ୍ରାଚୀର 

ପାରିହେବାକୁ ହେବ

ପଦେପଦେ ଵିଛା ହୋଇଥିବା 

ଷଢଯନ୍ତ୍ରର ପଶାପାଲି 

 ନିଜକୁ ଵଞ୍ଚାଇବାକୁ ହେବ

ଯତୁଗୃହ ଦହନରୁ 

ଅଭୁକ୍ତ ହୋଇ ଵାରଣ କରିବାକୁ

 ହେଵ ପ୍ରଦତ୍ତ ଵିଷ ଲଡୁ।


ସାମ୍ନାକରିବାକୁ ହେବ 

ସମ୍ମୁଖରେ ଠିଆ ହୋଇଥିବା

 ଚତୁରଙ୍ଗୀ କୌରବ ସେନା

ଫରକ ଏତିକି 

ସେମାନେ ଥିଲେ ପାଞ୍ଚଜଣ 

ସାଥି ଥିଲା

 ଆର୍ଯାବର୍ତ୍ତର ଶ୍ରେଷ୍ଠ ପୁରୁଷ।


ମୁଁ ଏକା ସମ୍ପୂର୍ଣ୍ଣ ଏକା,

 ହାତେ ଅଛି ମୋର 

ସେବା ପରୋପକାର ସତ୍ୟର ଗାଣ୍ଡିବ

ଲଢ଼ିବାକୁତ ହେବ ମୋତେ

 ଲଢିବିକୁ ହେବ, ସ୍ଵଭିମାନ ପାଇଁ 

 କାନ୍ଧେ ଥିଵା ତୂଣୀରର ତୀର

 ହେବାଯାଏ ଶେଷ ।


ଵିଚିତ୍ର ଦୁନିଆ ବିଚିତ୍ର ତା ଭାବ

ଵୁଝେନା ,ଵୁଝେନା ସେ

 ମହତ ପରାଣ

ଖୋଜିଵୁଲେ ଧ୍ଵଂସକାରୀ ଜ୍ବାଳାମୁଖି 

ଢାଳି ଦିଏ ହଳାହଳ ଵିଷ।

ଉପକାର ପାଇ କରେ

 ଭୂଲିବାର ଛଳନା 

ମିଛ ଅହମିକାର ଦ୍ବାହି ଦେଇ 

 ହତ୍ୟାକରେ ପବିତ୍ର ଵନ୍ଧୁତ୍ଵ।


ଅନ୍ତରରେ ରଖି ଵିଷ ପୁଣି

 ଲେପନକରେ

କ୍ଷତରେ ଶୀତଳ ପ୍ରଲେପ 

ନିଜକୁ ସଜାଇ ହୁଏ 

କୌରବ ସେନା ନାୟକ

ଵଜାଇ ଚାଲେ

 ଅପବାଦର ନାଗରା

ସୃଷ୍ଟିକରେ ଗୋଟେ ପରେ ଗୋଟେ

 ରକ୍ତର ନଦୀ

ଵର୍ଷିଚାଲେ ଶହଶହ ତୀର।



Rate this content
Log in

Similar oriya poem from Horror