STORYMIRROR

Satyanarayan Sahoo

Horror Tragedy Crime

4  

Satyanarayan Sahoo

Horror Tragedy Crime

ହତ୍ୟା

ହତ୍ୟା

1 min
274

ହା ହା କାର ରଚେ ହତ୍ୟାର ତାଣ୍ଡବ

ଆଜିର ଏ ସମାଜରେ

ହତ ଚକିତ ସେ କରଇ ସଭିଙ୍କୁ

ଘଟି ଚାଲି ନିରନ୍ତରେ ।


ସାମ୍ପ୍ରତିକ ସମାଜର ବ୍ୟବସ୍ଥାକୁ

କଡାକଡି କରାଯିବା 

ଆବଶ୍ୟକ ହୁଏ ଯାହା ବିନା ବଢ଼େ

ହତ୍ୟା କାଣ୍ଡ ବର୍ବରତା ।


ଅସାମାଜିକ ଏ ଘଟାଇ ଚାଲନ୍ତି

ନିତି ନିତି ଅଭିନବ

ହତ୍ୟା କାଣ୍ଡ ଆଉ ବର୍ବରତା ଲୀଳା 

ଗୁପ୍ତ ବା ସମୀପେ ସ୍ଥିତ ।


ବିରୁଦ୍ଧରେ କେହି କହି ନ ପାରନ୍ତି

ବିଭତ୍ସ କାଣ୍ଡକୁ ଦେଖି

ଡର ଭୟେ କମ୍ପି ଦେଉ ଛନ୍ତି ଚାପି

କାହିଁ ନ ମିଳନ୍ତି ସାକ୍ଷୀ ।


ଦୂର୍ମୂଲ୍ୟ ଜୀବନ ନିତି ପ୍ରତି ଦିନ

ଅସଂଖ୍ୟ କରାଳ ହତ୍ୟା

ଘଟି ନିତି ନିତି ବିଲୟ ଲଭୁଚି

ଚାଲି ଅଛି ବଢି  ଚିନ୍ତା ।


କେତେ କେତେ କଷ୍ଟ ଯନ୍ତ୍ରଣା ଅନିଷ୍ଟ

ସାଧିତ କରଇ ନିତି

ଉଚ୍ଛନ୍ନ ହୁଅଇ ଦୁଃଖ ଶୋକ ବଢି

ବୁଣି ଚାଲେ ସେ ଅଶାନ୍ତି । 


ନୀରିହ ନିଷ୍ପାପ ଜନଙ୍କ ସୁନ୍ଦର

ସଂସାରକୁ ଛାରଖାର

କରି ଚାଲେ ତୀବ୍ର ହତ୍ୟା ବିଭୀଷିକା

କମ୍ପେ ପରାଣ କାତର ।


ବିଶୃଙ୍ଖଳା ସୃଷ୍ଟି କରି ପ୍ରତି ଦିନ

ଅସଂଖ୍ୟ ପ୍ରକାର ହତ୍ୟା

ଆଜିର ସମାଜେ ଦୃତ ତର ବଢ଼େ

କି ରୋମ ଟ।ଙ୍କୁର। ବ୍ୟଥା ।


ଭ୍ରୁଣ ହତ୍ୟା ଠାରୁ , ନର ନାରୀ ଯୁବା

ବାଳକ ବାଳିକା ହତ୍ୟା

ବୃଦ୍ଧବୃଦ୍ଧା ହତ୍ୟା ଶିଶୁ ହତ୍ୟା ପ୍ରଥା

ପୂଜା ପାଇଁ ବଳି ବାର୍ତ୍ତା ।


ଦେବା ଦେବୀ ପୀଠେ ଦେବା ଦେବୀ ସେବା

ପୂଜା ପାଇଁ ବଳି ଦେବା

ହତ୍ୟା କାଣ୍ଡ ନିତି କରଇ ଚକିତ

ଲାଭ ଯେ ଉଠାଏ କେବା ।


ଦେଖି ଦେଖି ମନ ଚକିତ ଉଚ୍ଛନ୍ନ

ହତ୍ୟା କାରୀ ବର୍ବରତା

ବିରୁଦ୍ଧରେ କେହି ନ ପାରନ୍ତି କହି 

ବିଭତ୍ସ ବିଭ୍ରାଟ କଥା ।


କେତେ ନାନା ମତେ ବିଲୋକି ଜଗତେ

ଘଟାଅନ୍ତି ଶିଖି  ଆନେ

ଜିଙ୍ଘ।ଷା , ଜିଗିଷ। , ପୂରଣ ପିପାସା

ପ୍ରତିଶୋଧ ପରାୟଣେ ।


ପ୍ରତି ଦିନ ଯାହା ସବୁ ଠାରେ ଚର୍ଚ୍ଚା

ହୁଏ ଆଜି ସମାଜ ରେ

ତାହା ହତ୍ୟା କାଣ୍ଡ ନାହିଁ ତାର ଦଣ୍ଡ

ମୁଣ୍ଡ ପୋତି ସହିବା ରେ ।



Rate this content
Log in

Similar oriya poem from Horror