STORYMIRROR

Kalandi pal

Classics

2  

Kalandi pal

Classics

ହଟିଆ ନାଗର

ହଟିଆ ନାଗର

1 min
139


ହଟିଆ ନାଗର ହଟ ତୋ ବେପାର

    ହାଟ ବସାଉ ତୁ ବାଟରେ,

ଯେତେ କଲେ ମନା କେବେ ତୁ ମାନୁନା

    ଭାରି ତୋ ସଉକ ନାଟରେ,

ତୁ ତ ଗୋପ ବାଳା ନନ୍ଦ ଚାଟରେ, l0l


ତୋ ମୁରଲୀ ସ୍ୱନେ ବାଇ କଲୁ ମନେ

    ଗୋପେ ଯେତେ ଗୋପ ବାଳି,

ଅଧରେ ମୁରଲୀ ଚୁମ୍ବି ଦେଲେ ଥରେ

    ସର୍ବେ ସ୍ତବଧ କାନ ଡେରି,

ସ୍ୱରରେ ତୋହର ମଧୁର ମଧୁର

    ରସ ଭରି ଯାଏ ଚିତ୍ତରେ, l1l


ଗୋ ବତ୍ସା ଗୋଠରେ କେତେ ସାଥି ମେଳେ

    କେତେ ନାଟ କେତେ ଛଟରେ,

ଗୋପି ଗଣ ସାଥେ କେତେ ନଟ ଛଟ

    ଭେଇଁଛୁ ଯମୁନା ତଟରେ,

କେତେ ଯେ ବିପଦ ଟାଳିଛୁ ବାଟରେ

    ନ ଜାଣନ୍ତି କେ ତୋ ରଟରେ, l2l


Rate this content
Log in

Similar oriya poem from Classics