Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ହତାଦର

ହତାଦର

1 min
287



କିମ୍ପା ହତାଦର କରୁ ମାତୃଭାଷା 

  ନକରୁ କିମ୍ପା ସମ୍ମାନ

ପୁଅ ତୁ ଓଡ଼ିଆ ଜନନୀ ଓଡ଼ିଆ

  କାହିଁ ମାତୃଭାଷା ଧ୍ୟାନ।


ଭୁଲୁଛୁ କିମ୍ପାରେ ଇତିହାସ ତୋର?

   ବାର ଶହ ବର୍ଷ କଥା,

ନଥିଲେ କଳିଙ୍ଗେ ରାଜା ମହାରାଜା

  ଅଶୋକ ସମ୍ରାଟ ଯଥା।


ତାଙ୍କ ଆକ୍ରମଣ କଳିଙ୍ଗ ଭୁଇଁରେ

   ଉଦଣ୍ଡ ଅଶୋକ ସ୍ମୃତି,

ରକ୍ଷା ମାତୃଭୂମି ପାଇଁ ଯୁଦ୍ଧ କଲେ

   ରହିଛି ବୀରତ୍ବ କ୍ରୀତି


ସମ୍ରାଟ ଅଶୋକ ଜ୍ଞାନର ଭୁଇଁଟି

  ଓଡ଼ିଆଙ୍କର ବୀରତ୍ବରୁ

କହିଲେ ସମ୍ରାଟ ମାଗ ଯାହା ଇଚ୍ଛା

   ଖୁସି ଅତି ବୀରତ୍ବରୁ।


ଶୁଣି କୁହେ ଏକ କଳିଙ୍ଗ ମହିଳା

  ଶୁଣରେ ସମ୍ରାଟ ଧୀରେ,

ତବ ଯୋଗୁଁ ମଲା ପୁତ୍ର ମଣି ମୋର

  ସମ୍ରାଟ ଦିଅହେ ମୋରେ।


ମାତାର ବଚନେ ଚିନ୍ତିତ ସମ୍ରାଟ

  ଦ୍ରବିତ କଠୋର ହୃଦ,

ବଚନ ମୋହର ବୃଥା ହେଉ ଅଛି

  ଅତିହିଁ ଯନ୍ତ୍ରଣା ହୃଦ।


ମାତାର ପୁତ୍ରକୁ କେଉଁଠି ଆଣିବି

  ମଲା ଯୁଦ୍ଧେ ମାତା ପୁତ୍ର,

ଧିକ୍କାର ମୋ ଯୁଦ୍ଧ ତୁଚ୍ଛ ପରାକ୍ରମ

  ଦେଇ ପାରୁ ନାହିଁ ପୁତ୍ର।


କଠୋର ଅଶୋକ ହୋଇଲା କମଳ 

  ମାତା ପଦେ ପଡ଼ି ଗଲା,

ଆଜି ଠାରୁ ମୁହିଁ ଯୁଦ୍ଧ ନ କରିବି

  ପାଦ ମାତା ଧରି ଦେଲା।


କ୍ଷମା କର ମାତେ ଆଜି ଠାରୁ ମୁହିଁ

  ହେଲି ପୁତ୍ର ମୁହିଁ ତୋର,

ପୁତ୍ର ତୋର ହୋଇ ପୁତ୍ରର କର୍ତ୍ତବ୍ୟ

  ପୂରଣ କରିବି ତୋର।


ଜ୍ଞାନର ସନ୍ଦେଶ ଦିଏ ଯେଉଁ ଭୁଇଁ

  କରୁ କିମ୍ପା ହୀନିମାନ,

କଳିଙ୍ଗ ଭୁଇଁର ଉତ୍କଳ ଭାଷାର

  କିମ୍ପା ନାହିଁରେ ସମ୍ମାନ?


ପୌରାଣିକ ଭାଷା ମୁନି ଋଷି ଭାଷା

  ଓଡ଼ିଆ ସଂସ୍କୃତି ପରା,

ପୂର୍ବର ଗୌରବ ଗୁଞ୍ଜୁ ଅଛି ବିଶ୍ବ

  ଜ୍ଞାନର ସାଗର ପରା।


ଜଗତ ଠାକୁର ପ୍ରଭୁ ଜଗନ୍ନାଥ

 ବାନା ଗୁଞ୍ଜେ ବ୍ରହ୍ମାଣ୍ଡରେ,

ବଡ଼ଦେଉଳରେ ବିରାଜ ମାନସେ

 ପୁରୀ ଧାମ ଉତ୍କଳରେ ।


Rate this content
Log in

Similar oriya poem from Abstract