ହସର ଫଗୁଣ ମୋର ଲୁହର ଶ୍ରାବଣ କରି
ହସର ଫଗୁଣ ମୋର ଲୁହର ଶ୍ରାବଣ କରି
ହସର ଫଗୁଣ ମୋର ଲୁହର ଶ୍ରାବଣ କରି
କଷ୍ଟରେ ପକାଇ ମୋତେ
ନଷ୍ଟ ତୁ କରିଲୁ ଗୋରୀ
...........ହସର ଫଗୁଣ ମୋର
ଲୁହର ଶ୍ରାବଣ କରି ! ୦ !
ଘରଟା ଭିତରେ ପଡ଼ି ଭାବୁଚି ଅତୀତ କଥା
ମନକୁ ହସୁଚି ପୁଣି ମନକୁ କାନ୍ଦୁଚି ବ୍ୟଥା
ହୃଦୟେ ଲେଖିବା ପ୍ରେମ ବିଦାରି ଦେଲୁଣି ଛୁରୀ
...........ହସର ଫଗୁଣ ମୋର
ଲୁହର ଶ୍ରାବଣ କରି ! ୧ !<
/p>
ଆକାଶ ନୀଳିମା ଆଉ ମୋ ପାଇଁ ହେଉନି ଭଲ
ଜହ୍ନର ଶୀତଳ ବାଆ ଲାଗୁଚି ନିଆଁର ଗେଲ
ଦୁଃଖର ନଈରେ ବୁଡ଼େ ଭାଗ୍ୟର ନାଆଁକୁ ଧରି
...........ହସର ଫଗୁଣ ମୋର
ଲୁହର ଶ୍ରାବଣ କରି ! ୨ !
ଫୁଲର ସହର ଆଜି ବାସରୁ ପାଲଟେ ବିଷ
ନିରୀହ ପଣକୁ ମୋର ବାଛିଲୁ ଏମିତି ଦୋଷ
ବିରହ ବେକାର ସିନା ଗଲିଣି ସତରେ ମରି
...........ହସର ଫଗୁଣ ମୋର
ଲୁହର ଶ୍ରାବଣ କରି ! ୩ !