Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ହସିବ ସମଗ୍ର ବିଶ୍ୱ

ହସିବ ସମଗ୍ର ବିଶ୍ୱ

1 min
212



ପ୍ରକୃତି ସୁନ୍ଦରୀ ନିରୀମାଖି ଗୋରୀ କ୍ରନ୍ଦନ କରୁଛି ନିତି

ନର ତା ଅଇରୀ ଲୁଟୁଅଛି ଶିରୀ ଅବନୀ ରେ ସୃଜେ ଭୀତି।

ଅଜାତିତ ଭାବେ ଅଜାଡିଛି ଭବେ ସ୍ନେହ ମମତା ଏ ଧରା

ଖାଦ୍ୟ ବାସଗୃହ ପବନ ପାନୀୟ ପ୍ରତ୍ୟେକ ଜୀବନ ଧାରା ।


ଘୁଞ୍ଚାଇଛି ଦୁଃଖ ଅସରା ଅମାପ, ନହୋଇ ବିମୁଖ କେବେ

ପ୍ରକୃତି ଭଣ୍ଡାର ଖୋଲିଛି ଅପାର ମାନବ ବୁଝିନି ଲବେ।

ନଦ ନଦୀ ହ୍ରଦ ଗଗନୁ ବାରିଦ  ପାରାବାର ସିନ୍ଧୁ କେତେ

ସବୁଜିମା କ୍ଷେତ ଗିରୀ ପରବତ ଅରଣ୍ୟରାଜି ଜଗତେ।


ଶ୍ରେଷ୍ଠ ଜୀବ ଭାବେ ମାନବ ଏ ଭବେ କରେ ଜଗତେ ରାଜୁତି

ପ୍ରକୃତି ରକତ ଶୋଷେ ନର ନିତ୍ୟ ବିଦାରୀ ତାହାର ଛାତି।

ନ ଦେଇଣ ବାଧା ସହିଛି ବସୁଧା କରିନାହିଁ ପ୍ରତିରୋଧ

ସହିଛି ଯାତନା କଷଣ ବେଦନା କରିନାହିଁ କେବେ କ୍ରୋଧ।


ସର୍ଵସଂହା ଧରା ସହେ କିନ୍ତୁ ପରା ସହିଲା ନାହିଁ ପ୍ରକୃତି

ରୋଗ ମହାମାରୀ ବନ୍ୟା ବାତ୍ୟା ପୁଣି ନାଶିଲା ସରବ

ଶାନ୍ତି।

ହେ ନର ଅଜ୍ଞାନ ଶୁଣ ଦେଇ କର୍ଣ୍ଣ ହୋଇଯାଅ ସଚେତନ

କାଟ ନାହିଁ କେବେ ଜଙ୍ଗଲ କୁ ଏବେ କରନି ବୃକ୍ଷ ଛେଦନ।


ପ୍ରକୃତିର କୋପ ହେବନି ବିଲୋପ କ୍ରୋଧରେ ଜଳଇ ସଦା

ପ୍ରବଳ ପ୍ରମତ୍ତ ଭୟଙ୍କର ରୁପ ଦେଇ ପାରିବନି ବାଧା।

ବୃକ୍ଷର ରୋପଣ ପାଇଁ କର ପଣ ରକ୍ଷା ହେବ ପରିବେଶ

ଜୀବନ ଜୀବିକା ପଡ଼ିବନି ଫିକା ହସିବ ସମଗ୍ର ବିଶ୍ୱ।


Rate this content
Log in

Similar oriya poem from Inspirational