ହସିବ ପୃଥିବୀ ହସିବା ସଭିଏଁ ?
ହସିବ ପୃଥିବୀ ହସିବା ସଭିଏଁ ?
ଆମ ପିଲା ବେଳେ
ଦଳ ଦଳ ପକ୍ଷୀ
ଉଡି ବୁଲୁଥିଲେ ନୀଳ ଆକାଶେ
ଏବେ କାହିଁ ଗୋଟେ
ଦେଖା ଦିଅନ୍ତିନି
ଭାବେ ଆସି ବସି ଯୁବା ବୟସେ
ଜେଜେ କହୁଥିଲେ
ଚିତା ଭାଲୁ ଭୁଆ
ପିଠି ଘଷୁଥିଲେ ବାଉଁଶ ଚାଞ୍ଚେ
ବେଶି ନୁହଁ ତାହା
ଦି ଦଶନ୍ଧି ତଳେ
ହେଟିପରି ତାହା ଆଖିରେ ନାଚେ
ଶୀତୁଆ ସକାଳ
ପଖାଳ ପିଂଛାଟା
ଆଚାର ଟାକରା ବାରିରେ ରଟେ
ଗୋବର ବସନା
ଲିପା ପୋଛା ବାରି
ଜଣେ ଜଣଙ୍କର ବଳକୁ କଷେ
ପଥର କୂଅ ରୁ
ସାହିର ମାଇପି
ଟାଣୁଥିଲେ ରମା ଚନ୍ଦିନୀ ଚଢିକି
ପୋତିଦେଲା ସେହି
ସିମେଣ୍ଟ ରାସ୍ତା ଟି
କାୟାବିସ୍ତାରି ଦାଣ୍ଡ ମାଟି ବାରିକି
କେତେଟା ଖାଇଲା
କିଏ କେତେ ନେଲା
ହିସାବ ନ କରି ତୁନି ଉଲ୍ଲାସେ
ଫୁଲ ଫଳ ଭରା
ତରୁ ଲତା ମଳା
ସକାଳୁ ସଞ୍ଜ ନବ ବେଶରେ ହସେ
ସବୁଜ ଜୀବନ
କାହିଁ ଗଲା ଧନ
ଭାବି ବସିଲେ ବୁଦ୍ଧି କିଛି ନ ଦିଶେ
ଫୁଲ ଫଳ ଶୂନ୍ୟ
ଆମ ବନ ଉପବନ
ପତ୍ରଭରା ତରୁ ସବୁଠି ହସେ
ହସିବ ପୃଥିବୀ
ହସିବା ସଭିଏଁ
ପରିସ୍ଥିତି ସଦା ହେବକି ସାହା
ସାବଧାନ ହୁଅ
ଯୁଗ କର୍ଣ୍ଣଧାର
ଭାଳି ପଛ ଧରି ବିଜ୍ଞାନ ରାହା
