STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ହସିବ ପୃଥିବୀ ହସିବା ସଭିଏଁ ?

ହସିବ ପୃଥିବୀ ହସିବା ସଭିଏଁ ?

1 min
90

ଆମ ପିଲା ବେଳେ 

ଦଳ ଦଳ ପକ୍ଷୀ 

ଉଡି ବୁଲୁଥିଲେ ନୀଳ ଆକାଶେ

ଏବେ କାହିଁ ଗୋଟେ 

ଦେଖା ଦିଅନ୍ତିନି

ଭାବେ ଆସି ବସି ଯୁବା ବୟସେ


ଜେଜେ କହୁଥିଲେ

ଚିତା ଭାଲୁ ଭୁଆ

ପିଠି ଘଷୁଥିଲେ ବାଉଁଶ ଚାଞ୍ଚେ

ବେଶି ନୁହଁ ତାହା 

ଦି ଦଶନ୍ଧି ତଳେ 

ହେଟିପରି ତାହା ଆଖିରେ ନାଚେ


ଶୀତୁଆ ସକାଳ 

ପଖାଳ ପିଂଛାଟା 

ଆଚାର ଟାକରା ବାରିରେ ରଟେ

ଗୋବର ବସନା 

ଲିପା ପୋଛା ବାରି 

ଜଣେ ଜଣଙ୍କର ବଳକୁ କଷେ


ପଥର କୂଅ ରୁ 

ସାହିର ମାଇପି

ଟାଣୁଥିଲେ ରମା ଚନ୍ଦିନୀ ଚଢିକି

ପୋତିଦେଲା ସେହି 

ସିମେଣ୍ଟ ରାସ୍ତା ଟି

କାୟାବିସ୍ତାରି ଦାଣ୍ଡ ମାଟି ବାରିକି


କେତେଟା ଖାଇଲା 

କିଏ କେତେ ନେଲା 

ହିସାବ ନ କରି ତୁନି ଉଲ୍ଲାସେ

ଫୁଲ ଫଳ ଭରା 

ତରୁ ଲତା ମଳା

ସକାଳୁ ସଞ୍ଜ ନବ ବେଶରେ ହସେ


ସବୁଜ ଜୀବନ 

କାହିଁ ଗଲା ଧନ 

ଭାବି ବସିଲେ ବୁଦ୍ଧି କିଛି ନ ଦିଶେ

ଫୁଲ ଫଳ ଶୂନ୍ୟ 

ଆମ ବନ ଉପବନ 

ପତ୍ରଭରା ତରୁ ସବୁଠି ହସେ


ହସିବ ପୃଥିବୀ 

ହସିବା ସଭିଏଁ 

ପରିସ୍ଥିତି ସଦା ହେବକି ସାହା

ସାବଧାନ ହୁଅ 

ଯୁଗ କର୍ଣ୍ଣଧାର 

ଭାଳି ପଛ ଧରି ବିଜ୍ଞାନ ରାହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract