ହସ
ହସ
ଈଶ୍ୱର ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବେ
ମାନବ ପରିଗଣିତ,
ତା ଚାଲିି ଚଲଣି ଉନ୍ନତି ପାହାଚ
ଦିିିନକୁ ଦିନ ବର୍ଦ୍ଧିତ ।।
ଈଶ୍ୱର ଦତ୍ତ ମହତ ଦାନ ଯେ
ହସ ମାନବର ମୁୁୁଖେ,
ଖୁୁୁସି ହୋଇ ପ୍ରେମ ସ୍ନେହ ଭାବେ ଭିିିଜି
ହସଇ ଆନନ୍ଦ ସୁୁୁଖେ।।
ଦୁୁୁନିଆଟା ଯଦି
ଦୁଃଖର ସାଗର,
ନ ହୋଇ କାତର
ହୁଅ କର୍ମବୀର ।।
ହସି ହସି ଯାଅ
ଲଢ଼ି ନିଜ ଯୁୁଦ୍ଧ,
ହସ ତୁମ ସାଥେ
ସଦା ଉପଲବ୍ଧ ।।
କା ମୁହଁରେ
ଯଦି ହସ ନ ପାରିବ ଦେଇ,
ହୋଇ ହୀନମନା
କେବେ ଦୁୁଃଖ ଦିିିଅ ନାହିଁ ।।
