ହସ ତ ଆରମ୍ଭରୁ ନାହିଁ
ହସ ତ ଆରମ୍ଭରୁ ନାହିଁ
ହସ ତ ଆରମ୍ଭରୁ ନାହିଁ
ହେଇଟି,ତୁମ ନାଁ ଯାହା,ଆଉ ତା ନାଁ ଯାହା
ପୁରା ଘଟସୁତ୍ର ଯୋଗ,ଯୋଡ଼ି ବି ମାନିବ
ଚେଷ୍ଟା କରି ଦେଖାଯାଉ,କେତେ ଦୂର ଯାଉଛି
ଏବେ ତ ଷଷ୍ଟ ପଡୁଛି,ଝିଅର ପରିବାର ଭଲ
ଆମ ପରିବାର ସହିତ ଭଲ ସମ୍ପର୍କ
ତୁମେ ନିହାତି ସାଙ୍ଗ,ଆଗକୁ ଭଲ ହେବ
ମୋ ଗଣନାରେ ପୁରା ଠିକ୍ ଦେଖାଯାଉଛି ।
ସାଙ୍ଗ ଟିକେ ଜ୍ୟୋତିଷ ଶିଖିଛି
ବିଶ୍ୱାସ ନ ଥିଲେ ବି,ଶୁଣିବାକୁ ମିଠା ଲାଗିଲା
ସବୁଦିନ ସ୍କୁଲ୍ ଗଲାବେଳେ ଦେଖୁଥିଲି
ମନରେ ସେମିତି କିଛି ନ ଥିଲା!!
ହେଲେ ସାଙ୍ଗ କଥା ଶୁଣି,ମନ ଚଙ୍ଗଚଙ୍ଗ
ଆଉ ସମ୍ଭାଳି ହେବନି, ଆରମ୍ଭ ହେଲା ଅଭିଯାନ!!
ସେଦିନ ମକର ସଂକ୍ରାନ୍ତି,ସକାଳୁ ମନ ଉଡୁଛି
ଅନୁକୂଳ ପାଇଁ ଅପେକ୍ଷା
କୁମାରୀ କନିଆ କାଖରେ ଗରା
କଅରୁ ପାଣି ଆଣିବ !
ପୁରା ସିନେମା ଷ୍ଟାଇଲ, ହାଲୋ
ତମ ନାଁ କଣ କହୁନ
ଆସୁନ,ମକର ହେବା ।
ଓଃ ହ! କି ଗାଳି,ଗାଳି ତ ଗାଳି
ରାଗରେ ପୁରା ନାଲି ଲଙ୍କା
ଗାଳି କରି ଚାଲିଲା ପାଣି ପାଇଁ
ଦେହରୁ ବି ପାଣି ବୋହିଲାଣି
ଝାଳରେ ଗାଧୁଆ ହେଲାଣି
ଆଉ ନାହିଁ, ରସିକର ରାଗ ରାଗିଣୀ ପାଣିଆ ।
ସନ୍ଧ୍ୟା ବେଳେ ଫଳାଫଳ ଆସିଲା
ସେ ନାଲି ଲଙ୍କାର ମା ଜାଣି ଗଲାଣି
ମୋ ପିଲା ଝିଅ ଟା,କିଛି ଜାଣିନି
ସିଏ କଲେଜ୍ ଯାଉଛି
ଏମିତି କହିଲେ ହେବ କି
ପିଲାଟା ପରା,କିଛି ଜାଣିନି ।
ଆଉ କି ପ୍ରେମ,ମୁଣ୍ଡ ପୁରା ଟିଣ
ସାଙ୍ଗକୁ ବହେ ଗାଳି ବି ଦିଆଗଲା
ଆଉ ନା, ବାପ୍ ରେ ! ପୁରା ନାଲି ଲଙ୍କା ।
ହେଲେ,ମନ ବୁଝିଲାନି
ସ୍କୁଲ୍ ଗଲାବେଳେ ଦେଖିବାକୁ ଇଚ୍ଛା
ଦେଖାହେଲା,ହେଲେ ଆଉ ଗାଳି ନାହିଁ!
ହସ ବି ନାହିଁ! ପିଲାଟା ପରା,କିଛି ଜାଣିନି ।
ଏବେ ତ ସବୁଦିନ ଦେଖାହେଉଛି!
ବେଳେବେଳେ ଏକୁଟିଆ,ସାହି ମଝିରେ
ହସୁନି ସିନା,ଟିକିଏ ଆଡ ଆଖିରେ !!
ବୋଧେ,କିଛି କାନ କୁହା ଜ୍ଞାନ ମିଳିଛି
ଦିନକୁ ପ୍ରାୟ ଦେଖାଦେଖୀ ଚାରି ପାଞ୍ଚ ଥର
ଭଲ ବି ଲାଗେ,ବୋଧେ ବୁଝିଯାଇଛି !!
ଏକ ତରଫା ହୁକୁହୁକୁ
କଥା ନାହିଁ କି ହସ ନାହିଁ
ଖାଲି ଦେଖା ଦେଖି,ଏବେ ଟିକେ ଆଖିରେ ଆଖି
ଅଭିଯାନ ଚାଲୁ ରହିଛି
ମଝିରେ ମଝିରେ ସାଙ୍ଗ ସହିତ ଥିବା ବେଳେ
ଦେଖା ହୁଏ, ହେଲେ କିଛି କଥା ନାହିଁ
ଗାଳି ପରା!! ପୁରା ଜବରଦସ୍ତ ଗାଳି
ପିଲାଟା ପରା,କିଛି ଜାଣିନି!!
ସମୟ ଆଗକୁ, ଆଗକୁ
ଦେଖା ଦେଖି ବି ବହୁତ ଆଗେଇଛି
ଏଣେ ଭଲ ପଦବୀ ରେ ବି ନିଯୁକ୍ତି
ହସ ନ ଥାଉ,ବାଙ୍କ ଚାହାଣି ଟିକେ ଟିକେ!!
ସାଙ୍ଗର ମା,ନାଲି ଲଙ୍କାର ମା ଭଲ ସାଙ୍ଗ
ଆହୁରି ବଢିଆ,କଥା ଆଗକୁ ବଢିଲା
ହେଲେ ଦେଖା ଦେଖି ସିନା,ହସ ଜମାରୁ ନାହିଁ
ଏବେ ଆଉ ପିଲାଟା ନୁହଁ,
ପୁରା ଲାଇନ୍ କୁ ଆସିଗଲାଣି
ତଥାପି ହସ ନାହିଁ,ଆଉ କଣ ହେବ!!
ଘଟଣାରେ ମୋଡ
ନାଲି ଲଙ୍କାର ମା,ସାଙ୍ଗର ମା ଝଗଡ଼ା
ପୁରା ଭୟଙ୍କର ଝଗଡ଼ା
ଆମ ଘଟସୁତ୍ର ର ସୂତ୍ରଧର ଦୁହେଁ ଝଗଡ଼ା
ଆଉ ଘଟସୁତ୍ର ସେଇଠି ଅଟକିଗଲା !!!
ଏକ ତରଫା ଭଲ ପାଇବା ବିଫଳ
ଖାଲି ଦେଖା ଦେଖି ହେଲା ସିନା!!
ମନର ଆବେଗ କହି ହେଲାନି
ମନ କଥା ମନରେ ରହିଲା
ଘଟସୁତ୍ର ର ଗଣନା ସଫଳ ହେଲାନି
ଅଧା ରହିଲା ମକର ବସିବା!!
ଅଧା ରହିଲା ସପନର ଆଶା
କାହାଣୀ ସରିନି
ଏବେ ନାଲି ଲଙ୍କା ଫେସ୍ ବୁକ୍ ସାଙ୍ଗ
ନିହାତି ଅନ୍ତରଙ୍ଗ ସାଙ୍ଗ ସହିତ ସଂସାର
ବହୁତ ଭଲରେ ଅଛି
ହେଲେ, ଫେସ୍ ବୁକ୍ ରେ ଫୋଟ ଦେଖା ଦେଖି
କଥା ନାହିଁ,କି ହସ ନାହିଁ
ହସ ତ ଆରମ୍ଭରୁ ନାହିଁ,ଏବେ କୁଆଡୁ ଆସିବ ।।
