ହସ କଥା ପଦେ
ହସ କଥା ପଦେ
ଚାହିଁ ରହିଥିଲି ରାତିସାରା
ତୁମ ଫେରିବା ବାଟକୁ ମୁହିଁ।
ଭାବୁ ଭାବୁ କେବେ ଶୋଇପଡ଼ିଲି ମୁଁ
ନପାରିଲି ଜାଣି ମୁହିଁ।
ଆଖି ବୁଜି ଦେଇ ଦେଖିଲି
ତୁମେ ନୁହଁ ଆଉ କେହି।
ଭାବନା ଭିତରେ ତୁମେ ଥିଲ ବୋଲି
ତୁମକୁ ପାଇବା ପାଇଁ
ସ୍ୱପ୍ନରେ ସ୍ୱପ୍ନରେ ଜାବୁଡି ଧରିଲି ଗଡିଟିଟାକୁ ଯାଇ।
ଏତେବେଳେ ମୋତେ ମାଆ ଦେଖିଦେଲେ
କେତେ ସେ ହସିଲେ ସତେ
ଇସ...,କି ଲାଜ ମାଡ଼ିଲା ମୋତେ !

