Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Inspirational

4.0  

Prahallad Sahoo

Romance Classics Inspirational

ହସ ଖୁସି ଓ ସୁଖ ଦୁଃଖର ଦୁନିଆ

ହସ ଖୁସି ଓ ସୁଖ ଦୁଃଖର ଦୁନିଆ

1 min
184


ହସହସ ମୁହଁ ଛଡେଇ ନିଏ ସ୍ନେହ ମମତା ହିଂସାର

ହସ ହସ ମୁହଁ ବଢାଏ ଏକତା ଭାବ ପ୍ରବଣତାର ।


ହସ ହସ ମୁହଁ ପ୍ରତୀକ ସମ ଅନାବିଳ ପ୍ରେମର

ହସ ହସ ମୁହଁ ସିଦ୍ଧାନ୍ତ ଅସମାହିତ ସମସ୍ଯା ର ।


ହସ ମୁହଁ ଉଜାଡି ଦିଏ ସଂସାର ପରକୀୟା ପ୍ରୀତିର

ହସ ମୁହଁ ସଜାଡି ଦିଏ ଦୁନିଆ ପ୍ରେମ ଓ ପ୍ରଣୟର।


 ହସ ମୁହଁ କାହାର ଚୋରି କରିନିଏ ନିର୍ବୋଧତା

 ହସ ମୁହଁ କାହାର ଭରି ଦିଏ ମନେ ନିଷ୍ଠୁରତା ।


ହସ ହସ ମୁହଁ ପରକୁ କରିନିଏ ଆପଣାର

ହସ ହସ ମୁହଁ କପଟତା ର କରେ ଶିକାର।


 ହସ ମୁହଁ ପ୍ରତିଶୋଧ ପରାୟଣ ବିଷ କୁମ୍ଭ ସମ

 ହସ ମୁହଁ ମିତ୍ର ଭାବେ ଦୂରକରେ ଶତୃ ପରାକ୍ରମ।



Rate this content
Log in

Similar oriya poem from Romance