STORYMIRROR

Gangotri Priyadarshini

Abstract Romance Inspirational

4  

Gangotri Priyadarshini

Abstract Romance Inspirational

ଆଗୋ ଶୀତ

ଆଗୋ ଶୀତ

1 min
215

ଶୀତ ତୁମ ଆଗମନେ

ରୋମାଞ୍ଚ ଭରା ଏ ରାତି

କେମିତି ବଞ୍ଚିବି କୁହ

ଭାବନାରେ ଥିଲେ ତୁମେ ସାଥି !!


ତରୁ ତମାଳରେ ସାଥି 

ଶୀତର ପହିଲି ପରଶ

ତୁମେ ନ ରହିଲେ ପାଶେ

ମନ ମୋ ଅତି ହିଁ ବିରସ !!


ଢଳ ଢଳ ପଦ୍ମ ବନ

ଭରେ ନାହିଁ ଉନ୍ମାଦନା

କରେ ସବୁ ଆନମନା

ସାଥୀ ମୋତେ ତୁମ ବିନା !!


ବାରତା ପାଇବା ଆଶେ

ଶୀତୁଆ ପବନ କି ସେ

ନିତି ଝୁରେ ମନ ବନେ

ପ୍ରୀତି ଫୁଲେ ଭ୍ରମର ଯେହ୍ନେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract