STORYMIRROR

Trushna Das

Abstract Romance Others

4  

Trushna Das

Abstract Romance Others

ଏଇ ଜହ୍ନରାତିରେ

ଏଇ ଜହ୍ନରାତିରେ

1 min
272

ଏଇ ଜହ୍ନରାତିରେ 

ମନେ ପଡେ ମୋ ପ୍ରେମିକା କଥା ବେଶୀରେ 

ଇଚ୍ଛା ହୁଏ କରିବାକୁ ପ୍ରେମ ତା ସାଥିରେ 

କରିବାକୁ ତାକୁ ନିଜର ସବୁ ଦିନ ପାଇଁରେ।। 


ଏଇ ଜହ୍ନରାତିରେ

ପ୍ରେମିକାର ପ୍ରେମ ସ୍ପର୍ଶରେ 

ଶ୍ରୀହରଣ ଖେଳି ଯାଏ ଶରୀର ଭିତରେ 

ମନ ବୁଡ଼ି ଯାଏ ପ୍ରେମ ଭିତରେ।। 


ଏଇ ଜହ୍ନରାତିରେ

ମୋ ପ୍ରେମିକାର ହସରେ

ହୋଇ ଯାଏ ମୋ ଜୀବନ ପୁନେଇଁ ଜହ୍ନ ଯେ 

ଲାଗେ ଜହ୍ନ ଆସି ଖୋସିଛି ମୋ କୋଳରେ।। 


ଏଇ ଜହ୍ନରାତିରେ

ପ୍ରେମିକାର ମୁହଁ ଲାଗୁଥାଏ ପୁନେଇଁ ଜହ୍ନର ଚାନ୍ଦିନୀ ପରିରେ

ତା ଆଖି ସହ ଆଖି ମିଶି ଗଲେ

ମନ ଉଡ଼ିବାକୁ ଲାଗେ ଜହ୍ନ ଜତ୍ସ୍ନାରେ।।


ଏଇ ଜହ୍ନରାତିରେ

ମନେ ପଡ଼ିଲେ ପ୍ରେମିକା କଥା ଯେ 

ଶରୀର ହୁଏ ଥର ଥର ଶୀତରେ

ଥରୁଟିଏ ଆସି ମୋ ପ୍ରେମିକା, କରି ଦିଅ ମୋତେ ଉତ୍ତପ୍ତ ତୁମ ଚୁମ୍ବନର ସ୍ପର୍ଶରେ।।


ଏଇ ଜହ୍ନରାତିରେ

ମୋ ପ୍ରେମିକାର ଟଣା ଟଣା ଆଖିରେ 

ବୁଡି ଯାଇ ଦେଖିବାକୁ ଇଚ୍ଛା ହୁଏ ସପନ ଯେ

ହେଲେ ଖୋଜି ମୁଁ ପାଉନାହିଁ ତକୁ କେଉଁଠି ବି ଯେ।। 


ଏଇ ଜହ୍ନରାତିରେ

ମୋ ପ୍ରେମିକା ବିନା ଲାଗେ ମୋତେ 

ଆସିଛି ମୋ ଜୀବନେ ଅମାବାସ୍ୟା ରାତି ଯେ 

ହେ ମୋ ପ୍ରେମିକା, ହୋଇ ଚାନ୍ଦିନୀ ରାତି ଫେରି ଆସ ତୁମେ ମୋ ଜୀବନେ।।


ଏଇ ଜହ୍ନରାତିରେ

ହୋଇବ ଆମ ମିଳନ ଯୁଗ ଯୁଗ ପାଇଁ ଯେ

ସାକ୍ଷୀ ରହିବେ ଜହ୍ନ, ତାରାମାନେ ଯେ 

ଆମେ ଗାଇବା ଆମ ପ୍ରେମର ଗୀତ ସା-ରେ-ଗାମ-ନିଶା ରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract