STORYMIRROR

DR SAMIR RANJAN BEHERA

Abstract Romance

4  

DR SAMIR RANJAN BEHERA

Abstract Romance

ନୀଳ ଆକାଶ ର ଭସା ବାଦଲ

ନୀଳ ଆକାଶ ର ଭସା ବାଦଲ

1 min
374


 ନୀଳ ଆକାଶ ର ନୀଳିମା ବର୍ଣ୍ଣାଳି 

     ସୂର୍ଯ୍ୟ ର ଝଲକ

     ଅପୂର୍ବ ଦିବ୍ୟ ଝଙ୍କାର

     କେ ମାପିପାରେ

     ସେ ନୀଳିମା ର ବିସ୍ତାର ll

    କୋଟି ମେଘ ମାଳା

    ଭାସି ଭାସି ବୁଲନ୍ତି

    ସେ ନୀଳିମା ର ବୁକୁ ର ମୁକରେ

    କେବେ କାଳିମା ବାଦଲ

    ଦିଗନ୍ତ ବିସ୍ତାରି ସୁଦୂର ଦିଗବଳୟ କୁ

    ଢାଙ୍କି ଦିଏ ଆକାଶ ର ନୀଳିମା କୁ

     ଏକା କାର କରି ଏକା କାର କରି ll

    ସୂର୍ଯ୍ୟ ର ଦୀପ୍ତିମନ୍ତ କିରଣ

    ପ୍ରତିବିବିମ୍ବିତ ସେ ନୀଳ ଆକାଶ ରେ

    ସତେ କେଉଁ ରୂପେଲି ପରଦା

     ନୀଳିମା ର ଉତ୍ତରୀରେ

    ପୁଣି ଘନ କଳା ମେଘ ମଲ୍ହାର 

    ଚିକ ମିକ ସୁରୁଜ କିରଣ ର

   ସତେ ହୀରକ ମୋତି ମାଣିକ ଅଳଙ୍କାର ll

    ଦିବ୍ୟ ଅପୂର୍ବ ଶୋଭା ର ସମ୍ଭାର

    ମେଘ ମାଳା ର ଅପୂର୍ବ ମିଳନ

    ପାହାଡ଼ ର ଉତ୍ତୁଙ୍ଗ ଶିଖର ର

    ତପନ ସ୍ମିତ ହାସ୍ୟ ର ଅନ୍ତରୋଳ

    ବାଦଲ ର ଲୁଚକାଳି ଖେଳ

   ସମୀର ର ସମିରଣ

    ସତେ ପ୍ରକୃତି ର ସୌନ୍ଦର୍ଯ୍ୟ ଭରା

    ଏ ଅପୂର୍ବ ଗାଲିଚା ରତ୍ନ ମଣି ଖାଚିଚା ll

    ନୀଳମ୍ବୁ ହସୁଛି ପାହାଡ଼ ହସୁଛି

    ମେଘ ସବାରୀରେ ବାଦଲ ଆସୁଛି

    ଧରିତ୍ରୀ ମା ସ୍ୱାଗତ କରୁଛି

    ବିମୋହିତ ଏ ମାନବ ବାସୀ

    ସତେ ପ୍ରକୃତି ର ଏ ଅପୂର୍ବ ସମ୍ଭାର

    ହୃଦୟ ଛୁଆଁ ମନମୁଗ୍ଧକର

    ଏ ଜଞ୍ଜାଳ ଦୁନିଆରେ ବଂଚିବା ପାଇଁ

    ସତେ ଅବଦାନ ସୃଷ୍ଟି କର୍ତ୍ତା ର ll

  

    

   

    

   

    

    



Rate this content
Log in

Similar oriya poem from Abstract