🌹🖌️ ପ୍ରେମ ରଙ୍ଗ ତୂଳୀ🖌️🌹
🌹🖌️ ପ୍ରେମ ରଙ୍ଗ ତୂଳୀ🖌️🌹
ପ୍ରିୟା ତୁମେମୋର ପ୍ରୀତିର ନାୟିକା
ତୁମେ ମୋ ଅଳସୀ କନ୍ୟା,
ତୁମର ତ ସେଇ ପହିଲି ଛୁଆଁ ଟି
ହୃଦୟେ ଆଣିଛି ବନ୍ୟା।।
ମୋ ମନ ମନ୍ଦିରେ ରୂପେଲି ଚନ୍ଦ୍ରିକା
ସ୍ବର୍ଗର ଉର୍ବଶୀ ତୁମେ,
ପରୀ ରାଇଜର ଅପସରା ତୁମେ
ବାନ୍ଧି ନେଇଗଲ ପ୍ରେମେ ।।
ହୃଦୟରେ ମୋର ଛବି ଆଙ୍କିଦେଲ
ପ୍ରେମର ତୂଳୀଟେ ଧରି,
ଦେଖୁଛି ମୁଁ ନିତି ତୁମ ଛବିଟିକୁ
ହୃଦୟରେ ଚାପି ଧରି।।
ଆଖିରେ ନାଚୁଛି ତୁମରି ଚେହେରା
ପ୍ରିୟସୀ ମୋ ପ୍ରିୟତମା,
ତୁମେ ମୋ ଜୀବନ ତୁମେ ମୋ ସପନ
ତୁମେ ମୋର ରାଜଜେମା ।।

