STORYMIRROR

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-37 : ଚିଠି : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-37 : ଚିଠି : -ଡକ୍ଟର କୃତ୍ତିବାସ ନାୟକ

1 min
202


ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ,

କଲମ ଖୋଲିଲେ ମଲ୍ଲୀ-ମାଳତିର ଅତର ବାସନା ଛୁଟେ |(ଘୋଷା)


ଭାବନାରୁ ଆସେ କେତେ ନୂଆଭାଷା ମନ ମୋର ଯାଏ ଭିଜି, 

ଚିଠି ଲେଖା ପୁଣି ରହିଯାଏ ଅଧା ତୁମରି ଭିତରେ ହଜି |

ତୁମ କଣ୍ଠସ୍ଵର ବାଜେ ମୋ କାନରେ ହୃଦୟ ଦୁଆର ଫିଟେ |

ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ | (1)


ଲାଜ ଭୟ ଛାଡ଼ି ଲେଖି ଦେଊଥିଲି ଗୋଟିଏ ଶବଦ ପ୍ରିୟ,

ଲାଗେ ମୋତେ ତୁମେ ଝରକା ଫାଙ୍କରେ ଲୁଚି ତାକୁ ପଢିଦିଅ | 

ସାଇତା ସପନ ରଖିଛି ଗୋପନେ ସ୍ମୃତି ଖାଲି ମଥା ଫିଟେ |

ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ |(2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance