କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-37 : ଚିଠି : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-37 : ଚିଠି : -ଡକ୍ଟର କୃତ୍ତିବାସ ନାୟକ
ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ,
କଲମ ଖୋଲିଲେ ମଲ୍ଲୀ-ମାଳତିର ଅତର ବାସନା ଛୁଟେ |(ଘୋଷା)
ଭାବନାରୁ ଆସେ କେତେ ନୂଆଭାଷା ମନ ମୋର ଯାଏ ଭିଜି,
ଚିଠି ଲେଖା ପୁଣି ରହିଯାଏ ଅଧା ତୁମରି ଭିତରେ ହଜି |
ତୁମ କଣ୍ଠସ୍ଵର ବାଜେ ମୋ କାନରେ ହୃଦୟ ଦୁଆର ଫିଟେ |
ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ | (1)
ଲାଜ ଭୟ ଛାଡ଼ି ଲେଖି ଦେଊଥିଲି ଗୋଟିଏ ଶବଦ ପ୍ରିୟ,
ଲାଗେ ମୋତେ ତୁମେ ଝରକା ଫାଙ୍କରେ ଲୁଚି ତାକୁ ପଢିଦିଅ |
ସାଇତା ସପନ ରଖିଛି ଗୋପନେ ସ୍ମୃତି ଖାଲି ମଥା ଫିଟେ |
ତୁମପାଇଁ ଚିଠି ଲେଖି ବସିଲେ ମୁଁ କାଗଜରେ ଫୁଲ ଫୁଟେ |(2)

