କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-38 : ବିଜନତା : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-38 : ବିଜନତା : -ଡକ୍ଟର କୃତ୍ତିବାସ ନାୟକ
ବିଜନ ବେଳାରେ ହୃଦୟକୁ ଖୋଲି ଗାଇଦିଅ ସେଇ ଗୀତ,
ଯେଉଁ ଗୀତେ ଅଛି ଆମରି କାହାଣୀ ଦୋହଲାଏ ମୋର ଚିତ୍ତ |(ଘୋଷା)
ଫୁଲର ସୁରଭି ଖୋଜି ପାଇଥିଲେ ଯାତନାର ଅନୁଭବ,
ଫଗୁଣର ଦୋଷ ଦେଇ ଦେଇ ଆମେ ପାଇଥିଲେ ପରାଭବ |
ଉଦାସୀ ଓଠରେ ହସିଥିଲା ଜହ୍ନ ସ୍ମୃତି କରି ବିଜଡ଼ିତ |
ବିଜନ ବେଳାରେ ହୃଦୟକୁ ଖୋଲି ଗାଇଦିଅ ସେଇ ଗୀତ | (1)
ନିଜେ କାନ୍ଦି କାନ୍ଦି ମୋତେ ବି କନ୍ଦାଅ ଗୀତର ଦରଦୀ ସୁରେ,
ଉଜୁଡ଼ା ନୀଡ଼ର ଅବସାଦ ଲୁହ ବହିଯାଉ ଆଖି ଧାରେ |
ଭଲ ପାଇବାର ଆମ ଇତିକଥା ଗାଇଚାଲ ଅବିରତ |
ବିଜନ ବେଳାରେ ହୃଦୟକୁ ଖୋଲି ଗାଇଦିଅ ସେଇ ଗୀତ | (2)

