କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-34 : ଶୀତ : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-34 : ଶୀତ : -ଡକ୍ଟର କୃତ୍ତିବାସ ନାୟକ
ଶୀତ ପ୍ରଭାତର ସୋରିଷ କ୍ଷେତର ରଙ୍ଗ ସିନା ପ୍ରେମ ରୂପ,
ସଂଧ୍ୟାର ଘନ ଅନ୍ଧକାର ନାଶି ଜଳେ ପୁଣି ପ୍ରେମଦୀପ |(ଘୋଷା)
ଫୁଲରେ ସୁଗନ୍ଧ ଚଇତି ପବନ ଶ୍ରାବଣର ମଧୁଧାରା,
ପ୍ରେମ ରେଣୁ ବୁଣେ ରବିର କିରଣ ଶୀତଦିନ ମିଠା ଖରା |
କୋଇଲିର କୁହୁ ମିଳନର ଗୀତି ବଢାଏ ଛାତିର ତାପ |
ଶୀତ ପ୍ରଭାତର ସୋରିଷ କ୍ଷେତର ରଙ୍ଗ ସିନା ପ୍ରେମ ରୂପ,
ସଂଧ୍ୟାର ଘନ ଅନ୍ଧକାର ନାଶି ଜଳେ ପୁଣି ପ୍ରେମ ଦୀପ |(1)
ପ୍ରେମ ଏକା ସିନା ଜୀବନ ପଥକୁ କରିଥାଏ ଆଲୋକିତ,
ପ୍ରୀତିର ଅବିର ବୋଳି ହେଲେ ପୁଣି ମନହୁଏ ପୁଲକିତ |
ରାତ୍ରି ଆକାଶେ ପ୍ରେମ ହିଁ ଜ୍ୟୋତ୍ସ୍ନା କହେ ଅସରନ୍ତି ଗପ |
ଶୀତ ପ୍ରଭାତର ସୋରିଷ କ୍ଷେତର ରଙ୍ଗ ସିନା ପ୍ରେମ ରୂପ,
ସଂଧ୍ୟାର ଘନ ଅନ୍ଧକାର ନାଶି ଜଳେ ପୁଣି ପ୍ରେମଦୀପ | (2)

