STORYMIRROR

BAIRAGI CHARAN SAHOO

Horror Inspirational Children

4  

BAIRAGI CHARAN SAHOO

Horror Inspirational Children

ହରର୍

ହରର୍

1 min
393

ଭୁତ ଚିରୁଗୁଣି ତନ୍ତ୍ର ମନ୍ତ୍ରେ ଯିବେ

 ନଥିବ ମନରେ ଭୟ

କପଟି ମଣିଷ ଛଳ ଆଚରିଲେ

 କେ କରିବ ତାକୁ ଜୟ ।୧ ।

ବାହାର ଜନଙ୍କୁ କର ନାହିଁ ଭୟ

 ଭୟ ରଖ ଚରିତ୍ରକୁ

ଥରେ ଯଦି ଦାଗ ଲାଗିବ ସେଥିରେ

 ଅଲିଭା ସେତ କୁଳକୁ  ।୨ ।

ଶିଶୁ କୁନି ପିଲା ଶୁଣି ଭୂତ କଥା

 ଡରନ୍ତି ଆପଣା ମନେ

ଚରିତ୍ର ଗଠନ ଶିକ୍ଷା ଦେଲେ ତାଙ୍କୁ

 ଭାବୁଥିବେ ସବୁଦିନେ ।୩ ।

ଇଜତ ମହତ ମଣିଷ ପଣିଆ

 ଅଟେ ଯେ ଅମୂଲ୍ୟ ଧନ

ଯେ ଜନ ର ନାହିଁ ନିଜ ସ୍ୱାଭିମାନ

 ଧିକ ଅଟେ ତା ଜୀବନ ।୪ ।

ତେଣୁ ହେ ସୁଜନ ରଖିଥିବ ଧ୍ୟାନ

 ନିଜ ଚରିତ୍ର କୁ ଲୟ

ସୁଚରିତ୍ର ବାନ ସଦା ସେ ନମସ୍ୟ

 କାହାକୁ କରେନା ଭୟ ।୫ ।


Rate this content
Log in

Similar oriya poem from Horror