STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

( ହରିନାମ)

( ହରିନାମ)

1 min
213

କି ରସ ଅଛି ହେ ତୁମରି ନାମେ 
 ରହି ମୁଁ ପାରୁନି ଜମା,
ଦିନ ରାତି ମୁହିଁ ପାଗଳ ହୁଏ 
   କରିଦେବ ମୋତେ କ୍ଷମା,।।
ରାମ ହରି କୃଷ୍ଣ ଜପୁଛି ମନ 
  ଉଦ୍ଧାର ପାଇବା ପାଇଁ,
ଜଗତ ମିଥ୍ୟା ବ୍ରହ୍ମ ଯେ ସଚଳ 
  ଅଜ୍ଞାନ ହେବି ଯେ କାଇଁ।।
କଳିଯୁଗେ ଶ୍ରେଷ୍ଠ ଶ୍ରୀହରି ନାମ 
   ଉଦ୍ଧାରିବ ପ୍ରାଣୀଜନ,
କରନାହିଁ ହେଳା ସରିଲା ବେଳ 
  ଧନ୍ୟ ହୋଇବ ଜୀବନ,।।
ହରେ କୃଷ୍ଣ ହରେ ରାମ ଯେ ଜପେ 
  ତରିଯିବ ଜନ ସେହି,
ସରିଲା ବେଳ ଯେ ପୁରିଲା ଆୟୁ 
  ହରି ବିନା ନାହିଁ କେହି,।।
 ଭଜୀ ଭଜିି ତୋ ନାମ ଯାଉ ଜୀବନ 
    ସରିଯାଉ ଦିନ ରାତି,
ବେଳ ନାହିଁ ଆଉ କଣ କରିବ 
   ପ୍ରଭୁ ନାମେ ରଖ ପ୍ରୀତି,।।



Rate this content
Log in

Similar oriya poem from Inspirational