Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

4.0  

Sadananda Sahoo

Inspirational Others

ହୃଦୟର ପ୍ରୀତି ରଙ୍ଗ

ହୃଦୟର ପ୍ରୀତି ରଙ୍ଗ

1 min
222



ପ୍ରେମ ପ୍ରୀତି ରଙ୍ଗ ହୃଦୟର ସଙ୍ଗ 

    ସଂପର୍କ ସମ୍ବନ୍ଧ ଛିଟା , 

ସ୍ନେହଁ ସଦିଚ୍ଛାର ଏ' ହୋଲି ପରବ 

    ଭାବ ବନ୍ଧନରେ ବନ୍ଧା ॥ 


ଦ୍ଵାପର ଯୁଗର ପରମ୍ପରା ବିତ୍ତ 

    ରାଧାକୃଷ୍ଣ  ପ୍ରେମସ୍ମୃତି , 

ଗୋପଗୋପଙ୍ଗନା ଯୌବନା ସମ୍ପଦା 

   ସରାଗେ ଖେଳନ୍ତି ହୋଲି ॥ 


ସଂସ୍କୃତି ଆଧାର ମାଅା ଭାରତୀର 

   ରଙ୍ଗେ ରଙ୍ଗାୟିତ ହୋଲି , 

ସ୍ନେହଁ ସୌହାର୍ଦ୍ଦ୍ୟର ଅକ୍ଷୁର୍ଣ୍ଣ ସଂପର୍କ 

    ହୃଦୟକୁ ଦିଏ ଖୋଲି ॥ 


ସର୍ବେ ଏକାକାର ସଭିଏଁ ସମାନ 

    ନାହିଁକିଛି  ଭେଦଭାବ ,

ଛୁଆଁ ଅଛୁଆଁର ନାହିଁ ଚିହ୍ନ ବର୍ଣ୍ଣ 

   ବାର୍ତ୍ତାୟନି ହୋଲି ପର୍ବ ॥ 


ସଂସ୍କୃତି ସମ୍ପତ୍ତି ପରମ୍ପରା ପ୍ରୀତି 

     ବିଶ୍ୱରେ ନିଆରା ଛବି , 

ଭାରତୀୟ ଜନ ଆଦର୍ଶୀତ ଧନ 

    ପ୍ରଥା ପରମ୍ପରା ଭବି ॥ 


ସପ୍ତରଙ୍ଗ ପ୍ରେମ ଇନ୍ଦ୍ରଧନୁ ସମ 

     ଅବିର ସିନ୍ଦୁର ଖେଳ , 

ହଳଦୀ ମେହେନ୍ଦି ଦୁଲଣୀ ବୋଳନ୍ତି 

    ଝିଅବୋହୂ ହ୍ଯୁନ୍ତିମେଳ ॥ 


ନାଲି ହୋଲି ରଙ୍ଗ ନାଲିତ ରକତ 

      ଭିନ୍ନତାର ପ୍ରଶ୍ନନାହିଁ , 

ସବୁ ମଣିଷର ଗୋଟିଏ ରକତ 

     ଉଛ୍ୱାସରେ  ଦିଅକହି ॥ 


ହସି ହସାଇବା କୋଳାକୋଳି ହବା 

    ଶୁଭେଚ୍ଛା ଜଣେଇ ଭାଇ , 

ଗୁରୁଜନ ଦେଖି ସମର୍ପିବା ଭକ୍ତି 

    ପାଦପଦ୍ମେ ରଙ୍ଗଥୋଇ  ॥ 



Rate this content
Log in

Similar oriya poem from Inspirational