STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ହୃଦୟର ଗୋଲାପ

ହୃଦୟର ଗୋଲାପ

1 min
95

ଋତୁ ଅନୁଯାଇ ହଳଦୀ ବସନ୍ତ ସ୍ୱର ରେ କେତେଯେ କଥା,ବସନ୍ତ ଆସିଛି ପତ୍ର ରେ ପତ୍ରରେ ଦଉଛି ବାସ୍ତବ ସଚେତନତା. ସବୁ ଆଗପଛ ପୁଣି ସ୍ଵଛ ଓ ଅସ୍ୱଛ ଭିତରେ କା ନୀରବତା, କହୁଛି ବି କେତେ କଥା. ତୁ ମୁଁ ସେ କୋଇଲି ସ୍ୱରରେ ଅନୁଭବୁ ଯେଉଁ ମାଦକତା, ସେଇ ମାଦକତା ସେ କାଁହୁ ଜାଣିବ ଭୋକର ଜଳେ ଯା ଚିତା. ଖାଲି ଆର୍ତ୍ତନାଦ ଆଉ ବିଭୀଷିକା ତାଣ୍ଡବର ବାର୍ତ୍ତା, କିଛି ଆଉ ନାହିଁ ଉପାୟ ମୋ ପାଇଁ, ଧରିଛି ଅସ୍ତ୍ର ମୁଁ ନୀରବତା 

ମନକଥା ତତେ ଖୋଲି କହିଦେଲି ତୁତ ଜଗତପିତା, ତୋ ଖେଳ ଏଠି ଚଳାଇଛୁ ଯାହା କାହିଁ ବା ମୋହର ସତ୍ତା. ଷାଠିଏ ପଉଟି ଖାଉଛୁ କାଳିଆ, ତୁକି ବୁଝିବୁ ଭୋକର ମାନସିକତା. ତୋରି ସୃଷ୍ଟି ରେ ମୁଁ ଗୋଟେ ଛାର, ଯାଉଛି ତୋ କବିତା ଭିତରେ ଲେଖିବି ମୋ ଦୁଇପଦ କବିତା କଥା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract