STORYMIRROR

Panchanan Jena

Inspirational

4  

Panchanan Jena

Inspirational

ହୃଦୟମଣୀ

ହୃଦୟମଣୀ

1 min
270


ଫୁଲ ଗଛରେ ଫୁଟିଛି ନୁହଁ ହସୁଛି

ପବନରେ ଦୋଳି ଖେଳୁଛି

ସୁବାସ ବିତରି

 ଜନ ମାନସରେ

ଖୁସି ହସ ବାସ ବାଣ୍ଟି ଚାଲିଛି ।


ସିନ୍ଦୁରା ଫାଟିବା ପୂର୍ବରୁ ନୁହେଁ କାଳି ଅନ୍ଧାରରୁ

ତୋଳି ନେବେ କେତେ ନିଷ୍ଠୁର ହାତ

କାନ ମୋଡି ଦେବେ 

ହାତ ଛିଡି ଦେବେ

ଚୋରେଇ ନେବେ

ବଢ଼େଇ ବଙ୍ଗୁଲି ନଗିର କାତ ।


କିଛି ଯତନେ ଗୁନ୍ଥିବେ ମାଳ ନୁହଁ ଗଳାହାର

ବିଭୁ ହସ୍ତ ପଦ ଗଳା ମସ୍ତକ ମଣ୍ଡିଲା

ତପ କରିଥିଲା ବୋଧେ ଶହେ ବର୍ଷର

ଭଗବାନଙ୍କ ପାଖେ ପାଖେ ରହି

ପୁଷ୍ପାଞ୍ଜଳୀ ଆଳରେ 

ବେଦମନ୍ତ୍ର ସାଙ୍ଗରେ

ଗର୍ଭଗୃହ ଶୋହେ ପୁଷ୍ପମୟ ଭଣ୍ଡାର ।


କିଛି ଫୁଲ ଝରିଯିବେ ନୁହଁ ମରିଯିବେ

ପ୍ରୀୟତମ ରବିର ରଶ୍ମୀ ଆଘାତେ

ସହି ନ ପାରି କିରଣ ହୁତାଶନ

ଅଭିଶପ୍ତା ନାରୀ ପରି ଭୂଇଁରେ ଶୟନ

କବରୀ ଉତ୍ତରୀ ଖୋଲି ଯାଇଛି ବ୍ୟାଘାତେ ।


କେହି କେବେ ଦେଖିଛ କି

କେହି କେବେ କଳ୍ପିଛ କି

ଫୁଲ ର ତ୍ୟାଗ ବଳିଦାନ

ମଣିଷ ପାଇଁ

ଈଶ୍ଵର ପାଇଁ 

ସଦା ସର୍ବଦା ଉତ୍ସର୍ଗୀକୃତ ଜୀବନଦାନ ।


ମନେ ହୁଏ ହେଲାଣି ମତିଭ୍ରମ 

ଦେଖି କୋମଳ ଫୁଲର ତର୍ପଣ

ପେନ୍ଥା ପେନ୍ଥା ଅର୍ପଣ ସମର୍ପଣ

କଳ୍ପନା ଜଳ୍ପନାରେ ଗଜୁରେ ନହୁଲି ପ୍ରେମ |


ମହିଳାମାନଙ୍କୁ ଫୁଲ ସହିତ ତୁଳନା

 କରି କୁହ ଅକୁହା କଥା

ଲେଖ ଗୀତି କବିତା

ଛିଣ୍ଡି ମକଚି ଦେବାକୁ ଉଦ୍ୟମ କଳନା

ଶୁଙ୍ଘି ଫିଙ୍ଗି ଦେବାକୁ

ଅନ୍ୟ ଫୁଲ ଛୁଇଁବାକୁ

ଅନ୍ତରେ ମନ୍ତ୍ରରେ ଆଘ୍ରାଣରେ

ନିତି ଖୋଲିଦିଅ ଘୃଣ୍ୟ ପ୍ରଥାର ଛଳନା ।


କାହିଁ ପବିତ୍ର ଫୁଲ କାହିଁ ପାପୀ ଭାବନା

ମର୍ଯ୍ୟାଦାରେ ରହି

ସମ୍ମାନ ଦେଇ ନେଇ

ନାରୀ ନୁହେଁ ସେ ନାରାୟଣୀ

ପ୍ରୀତିଫୁଲର ଚାଙ୍ଗୁଡ଼ି ଟାଣି

ଫୁଲଶେଜରେ ବି ପାଲଟି ପାରେ କାତ୍ୟାୟନୀ

ସ୍ନେହ କଲେ ପ୍ରେମ ଦେଲେ

ସ୍ୱାମୀଙ୍କ ଚରଣ ରଜ ଈଶ୍ଵର ମଣି

ତ୍ୟାଗ ତୀତୀକ୍ଷାର ମହାଦେବୀ ସାଜି

ଭାବିଥାଏ ଗଳାହାର ହୃଦୟମଣି ପରଣମଣି ।


Rate this content
Log in

Similar oriya poem from Inspirational