ହୃଦୟେ ଛାପ ହୋଇ
ହୃଦୟେ ଛାପ ହୋଇ
ମୁହୂର୍ତ୍ତର ଦାସ
ମଣିଷ ଆମରେ
ଏଇ ହସୁ ଏଇ କାନ୍ଦୁ
ସୁଖ ଚଇତାଳି
ବହିଯାଏ କେବେ
ଦୁଃଖ ବତାସ
ଆସିଯାଏ କେବେ
ତେବେ ବି ଆଶାରେ
ବସାଟେ ସରାଗେ ବାନ୍ଧୁ
ଡେଇଁବାକୁ ସଂସାର ସିନ୍ଧୁ।
ଜଣା ଅଜଣାତେ
ଆମେ ଯେବେ କାରେ
ଦେଇ ଦେଉ କିଛି ଦୁଃଖ
ଆତ୍ମ ଗ୍ଳାନିରେ ହୃଦୟ ଭାରି ହୋଇ
ହଜିଯାଏ ନିଜ ସୁଖ
ଦଂଶେ ନିଜର ବିବେକ।
ମାଟିର ମଣିଷ
ମାଟିରେ ମିଶିବା
ମାଟି ଘଟ କିଆଁ
ବଡେଇ କରିବା
ସମ୍ପର୍କ ନିଭାଇ
ହୃଦୟେ ଛାପ ହୋଇ
ଏ ମର ସଂସାରୁ ଆସ
ଖୁସି ଖୁସି ବିଦା ହେବା।
