STORYMIRROR

Satyabati Swain

Classics

3  

Satyabati Swain

Classics

ହୃଦୟେ ଛାପ ହୋଇ

ହୃଦୟେ ଛାପ ହୋଇ

1 min
214

ମୁହୂର୍ତ୍ତର ଦାସ

ମଣିଷ ଆମରେ

ଏଇ ହସୁ ଏଇ କାନ୍ଦୁ

ସୁଖ ଚଇତାଳି

ବହିଯାଏ କେବେ

ଦୁଃଖ ବତାସ

ଆସିଯାଏ କେବେ

ତେବେ ବି ଆଶାରେ

ବସାଟେ ସରାଗେ ବାନ୍ଧୁ

ଡେଇଁବାକୁ ସଂସାର ସିନ୍ଧୁ।


ଜଣା ଅଜଣାତେ

ଆମେ ଯେବେ କାରେ

ଦେଇ ଦେଉ କିଛି ଦୁଃଖ

ଆତ୍ମ ଗ୍ଳାନିରେ ହୃଦୟ ଭାରି ହୋଇ

ହଜିଯାଏ ନିଜ ସୁଖ

ଦଂଶେ ନିଜର ବିବେକ।


ମାଟିର ମଣିଷ

ମାଟିରେ ମିଶିବା

ମାଟି ଘଟ କିଆଁ 

ବଡେଇ କରିବା

ସମ୍ପର୍କ ନିଭାଇ

ହୃଦୟେ ଛାପ ହୋଇ

ଏ ମର ସଂସାରୁ ଆସ

ଖୁସି ଖୁସି ବିଦା ହେବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics