ହୃଦୟ ରେ ଅଛି ମାୟା
ତଥାପି ଲୋଡ଼ା କାୟା
ହୃଦୟ ହୁଏ ବିଚରା
ଖୋଜି ସାହାରା ଆୟା
ହୃଦୟ ଭିତରେ ନିଆରା
ଭାବନା ରେ ବାୟା
ସଂସାର ପା ଦୁଇ ଦିନିଆଁ
ହୃଦୟ ର ଘର
କୋଉ ଛପର ସାହାରା
ଜାଣେ କିମିଆଁ ନିଆଁ
ଜାଳେ ଜଳେ ନଥାଇ ଧୂଆଁ
ହୃଦୟ କୂଳେ ପଇଁତରା
ଗଳା ଶୁଖି ପାଦ ଝୁଣ୍ଟି
ଲେଖିଗଲେ ରକ୍ତ ଅକ୍ଷର ଧାରା
କିଏ କାହିଁ ବୁଝିବ
ଶରୀରରୁ ହୃଦୟ ବାଆଁରା
କେବେ ବଞ୍ଜରା କେବେ ପସରା
ସୁଖ ଦୁଃଖ ଅଙ୍ଗେଲିଭା
ଟୋକେଇ ପସରା
ହୃଦୟ ଘରେ କେବେ କିଏ
ଆସେ ଯାଏ ଲହଡି ଧୋଇନିଏ
ନଥାଏ କୂଳ କିନାରା
ଚୋରୀ ହୁଏ ଭାରି ଲାଗେ
ଭୁରି ଭୁରି ଭରା ନିନ୍ଦା ପ୍ରଶଂସା ଅରା
ଆଡ଼ କେବେ ବାଡ଼ କେବେ
ସକାଳ ପରି ସିନ୍ଦୁରେ ସିନ୍ଦୁରା
ହୃଦୟ ଫୁଲ ଫୁଟି ଲୋଟି ଚହଟି
ସରଗତୋରା ଗଜରା ଅପାସୋରା