STORYMIRROR

Rashmi Ranjan Nayak

Romance

2  

Rashmi Ranjan Nayak

Romance

ହୃଦୟ ର ବ୍ୟଥା

ହୃଦୟ ର ବ୍ୟଥା

1 min
373

ସବୁଦିନ ସବୁରାତି

କିଏ ଜଣେ ଥାଏ ସାଥି,


ଦୁରେ ନୁହେଁ ନିକଟରେ,

ରହିଥାଏ ମୋ ହୃଦୟରେ


ସବୁଜାଣେ ସବୁଶୁଣେ,

କୋହର ସେ ମଞ୍ଜି ବୁଣେ


ପୁଣି ବଦଳାଇ ରାସ୍ତା ତାର,

ମୋତେ ଭୁଲି ଯାଏ ଦୁର


ଆଜିବି ମୁଁ ଖୋଜେ ତାକୁ,

ଫେରି ପାଇବାକୁ ମୋ ହୃଦୟକୁ


ନେଇଥିଲା କଥା ଦେଇ,

ସାଇତି ରଖିବା ପାଇଁ


କିନ୍ତୁ ଆଜି ଅବିଶ୍ୱାସ ଛୁରୀ ଧରି

ଖଣ୍ଡ ଖଣ୍ଡ କରି କାଟି ସାରି


ଦେଇଗଲା ସେ ଖଣ୍ଡ କୁ,

ପାରୁନାହିଁ ଯୋଡି ତାକୁ


ଆଶା ଆଉ ଭରଷା ର,

ଭାଙ୍ଗିଗଲା ମୋ ବାଲି ଘର


ଦୋଷ ତାକୁ ଦେଵନାହିଁ,

ମୋର ଯେ ସେ ଭାଗ୍ୟ ନାହିଁ


ରହିଯିବି ନୀରବରେ,

ଏତେ ଥର ମଲା ପରେ


କିଛି କଥା ରହିଗଲା

ମନ ବୋଧେ ହାରିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance