ହୃଦୟ ନୁହଁ ପଥରରେ ଗଢ଼ା
ହୃଦୟ ନୁହଁ ପଥରରେ ଗଢ଼ା
ସଂସାରେ ମଣିଷ ମନ ପ୍ରାଣ ଭରି
ଅଭିନୟ କରେ
ହସ କାନ୍ଦରେ କଟେ, ସମାଜରେ
ଜୀବନ ଯାତ୍ରାରେ ।
ବିଭିନ୍ନ ଚରିତ୍ର ଦେଖାଏ ତାର ନିଷ୍ଠୁର
ବାସ୍ତବ ରୂପ
କିନ୍ତୁ ମନ ସଦା ଖୋଜୁ ଥାଏ ଜଣକର
ନିରାସକ୍ତ ରୂପ ।
ସ୍ୱାର୍ଥ ସମ୍ପତ୍ତି ନିଶାରେ ଜାଣ ଭାଇ ଭାଇରେ
କଳି ଲାଗଇ
ନିଜର ରକ୍ତ ହେଲେବି ସେହୁ ରକ୍ତକୁ ପର
କରି ଦିଅଇ ।
ଘର କରିଥିଲେ ଜଣେ ପଥର ପଡିଲେ
ନିଶ୍ଚିତ ସହିବ
ଲୋଭ, କ୍ରୋଧ, ହିଂସାରେ ସମ୍ପର୍କ ତ ଭାଙ୍ଗି
ଚୁନା ହେବ ।
ଘର ଭିତରେ ସ୍ୱାର୍ଥ ପାଇଃ କଳି କିଛି ଲୋକ
ଲଗାଇ ଦିଅନ୍ତି
ସୁନ୍ଦର ସୁନାର ସଂସାରକୁ ବି ସେମାନେ ଚୁନା
କରି ପକାନ୍ତି ।
ଜୀବନ ଭିତରେ ରହିଛି କେତେ କଅଣ ମାନ
ଅଭିମାନ
ଅତି ଛୋଟ ଛୋଟ କଥା
ରେ ମଧ୍ୟ ଭାଙ୍ଗି ଯାଏ
ସମସ୍ତ ବନ୍ଧନ ।
ଏହା ସତ, ସମ୍ପର୍କ ମଧ୍ୟରେ ଫାଟ ଯେବେ
ପଡି ଯାଏ
ଅତି ଛୋଟ ଛୋଟ କଥାରେ ବି କଳହ
ହେଇ ଯାଏ ।
ସମାଜରେ ନିଃସଙ୍ଗ ଜୀବନ କଟିବା
ଦୁର୍ବିସହ ହୁଏ
ସେହି ନିଃସଙ୍ଗ ଶୂନ୍ୟତାରେ ମିଠା
ମିଠା ସ୍ବପ୍ନ ରହେ ।
ଦେଖି ନଥିଲେ ମଧ୍ୟ ମନରେ ଜଣକର
ରୂପ ଓ ଛବି
ସପନରେ ଆସେ ସିଏ ତାହାରି କଥା ମନେ
ଭାବି ଭାବି ।
ଅଜଣା ଆତଙ୍କ ଜଳନ୍ତା ମନରେ ଆବେଗ
ଦେଖା ଦିଏ
ସେହି ଜଣକର ସପନ ସତ ହେଲେ ପ୍ରାଣକୁ
ଶୀତଳ କରି ଦିଏ ।
ନୁହଁ ହୃଦୟଟା ପଥରରେ ଗଢ଼ା, ଚାହେଁ
ମମତାର ସ୍ୱର
ବଢ଼ଇ ପ୍ରେମ ସରାଗ ଯଦି ପାଏ ସମ୍ପର୍କରେ
ମଧୁର ବ୍ୟବହାର ।