Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Sephali Meher

Tragedy

3  

Smruti Sephali Meher

Tragedy

ହୃଦୟ ଭାଙ୍ଗିବାର ବେଳ

ହୃଦୟ ଭାଙ୍ଗିବାର ବେଳ

1 min
155


ମୁଠାଏ ପ୍ରତିଶ୍ରୁତି

ଛଳନାର ଅନେକ ସାଞ୍ଚିସ୍ତୁପ

ଗଢିପାରୁ ତୁ ।


ସପନର ରଙ୍ଗୀନୀ ଇନ୍ଦ୍ରଧନୁ

ପ୍ରେମର ନିଚ୍ଛକ ପ୍ରତିଛବି

ଆଙ୍କିପାରେ ମୁଁ ।


ହେଲେ ମଧ୍ୟ 

ପ୍ରତାରଣା ପରିହାସ କରେ

ପ୍ରେମ ମିଥ୍ୟାର ପ୍ରତୀକ ।


ଲିଭିଯାଏ 

ସମାଧିସ୍ଥ ହୋଇଯାଏ

କୋଟି କୋଟି ଆଶାର ଆଲୋକ ।


ଦଦରା ହୃଦୟଟି

ଅବିଶ୍ବାସର ପାହାରରେ

ମାଟିରେ ପଡ଼ିରହେ ପ୍ରତିଥର । 


କାହା ସ୍ପର୍ଶରେ ହୁଏତ 

ଜୀବନ୍ତ ହୋଇ ପାରିଥାନ୍ତା

କିନ୍ତୁ ମାଟିକୁ ଜାବୁଡ଼ି ଧରେ ।


ମିଳେ ନାହିଁ ଆଶ୍ବାସନା

କି କାହାର ସାନ୍ତ୍ବନା

ଦୀର୍ଘ ନିଶ୍ବାସ ଛାଡି 

ଶୋଇଯାଏ ମାଟିରେ

ଶୂନ୍ୟ ଠୁ ଶୂନ୍ୟ ଲାଗେ 

ଆକାଶର ବକ୍ଷେ 

ପାଲଟିଯାଏ ମାଟିର ମଣିଷ ।


Rate this content
Log in

Similar oriya poem from Tragedy