STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ହୃଦୟ ଆବେଗ

ହୃଦୟ ଆବେଗ

1 min
247


ହୃଦୟ ଆବେଗ ତୋଳିଦିଏ ମନେ 

ଅଫୁରନ୍ତ ଏକ ଉତ୍ସ

କୁଳ ଲଙ୍ଘିଶବ୍ଦ ଉଛୁଳି ଉଠଇ

ପାଇ ଦିବ୍ୟ ଅନୁଭବ 

ସେହି ଅନୁଭବ ବାଣ୍ଟି ବାଣ୍ଟି ଯାଏ

କିଛି କିଛି ଶ୍ରଦ୍ଧା ସ୍ନେହ

ଚିର ଦିନ ପାଇଁ ରହେ ଅପାଶୋରା

ତୁଟାଇ ପାରେନା ମୋହ

ସୁଖ ଦୁଃଖ କିଛି ମିଶାଣ ଫେଡାଣ  

ଜୀବନ ର ଅଙ୍କ କଷି

ସାଇତି ରଖଇ ମନ କାଗଜରେ

ଭଲ ମନ୍ଦ ମିଶାମିଶି

ଶବ୍ଦର ତୁଳି କରେ ଆନମନା

ଯାଏ ସବୁ କିଛି ଭୁଲି

ପଡ଼ିଯାଏ ଯଦି କବିତା ପ୍ରେମରେ

ଭଲ ପାଏ ତାକୁ ବୋଲି ।


Rate this content
Log in

Similar oriya poem from Abstract