ହୃଦୟ ଆବେଗ
ହୃଦୟ ଆବେଗ
ହୃଦୟ ଆବେଗ ତୋଳିଦିଏ ମନେ
ଅଫୁରନ୍ତ ଏକ ଉତ୍ସ
କୁଳ ଲଙ୍ଘିଶବ୍ଦ ଉଛୁଳି ଉଠଇ
ପାଇ ଦିବ୍ୟ ଅନୁଭବ
ସେହି ଅନୁଭବ ବାଣ୍ଟି ବାଣ୍ଟି ଯାଏ
କିଛି କିଛି ଶ୍ରଦ୍ଧା ସ୍ନେହ
ଚିର ଦିନ ପାଇଁ ରହେ ଅପାଶୋରା
ତୁଟାଇ ପାରେନା ମୋହ
ସୁଖ ଦୁଃଖ କିଛି ମିଶାଣ ଫେଡାଣ
ଜୀବନ ର ଅଙ୍କ କଷି
ସାଇତି ରଖଇ ମନ କାଗଜରେ
ଭଲ ମନ୍ଦ ମିଶାମିଶି
ଶବ୍ଦର ତୁଳି କରେ ଆନମନା
ଯାଏ ସବୁ କିଛି ଭୁଲି
ପଡ଼ିଯାଏ ଯଦି କବିତା ପ୍ରେମରେ
ଭଲ ପାଏ ତାକୁ ବୋଲି ।
