STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ହୋଲି

ହୋଲି

1 min
393


ରଙ୍ଗର ପସରା ଧରି ଆସେ ହୋଲି

ଏଇ ବସନ୍ତ ଋତୁରେ ।

ଆନନ୍ଦ ଉଲ୍ଲାସ ଖେଳାଇ ଦିଏ ସେ

ସବୁରି ଘରେ ବାହାରେ ।୧।

ଫାଲ୍ଗୁନ ମାସର ଶୁକଳ ଦଶମୀ

ଫଗୁ ଦଶମୀ ବୋଲାଏ ।

ଦୋଳଗୋବିନ୍ଦଙ୍କ ଚାଚେରୀ ଲୀଳା

ଏଦିନରୁ ଆରମ୍ଭ ହୁଏ  ।୨।

ଦୋଳୋତ୍ସବ ବସନ୍ତ ଉତ୍ସବ ନାମ

କୁହାଯାଇଥାଏ ତାକୁ ।

ସନ୍ଧ୍ୟାଧୂପ ପରେ ବିମାନେ ଠାକୁର

ବାହାରନ୍ତି ବୁଲିବାକୁ ।୩।

ଗାଁ ଠୁ ସହର ସବୁ ଦୁଆରରେ

ଭୋଗ ଆମ୍ବ ଚଣା ଖଜା ।

ଖାଆନ୍ତି ଠାକୁରେ ଫଗୁ ବୋଳି ହୋଇ

ସଭିଙ୍କୁ ଲାଗଇ ମଜା ।୪।

ଚତୁର୍ଦ୍ଦଶୀ ଯାଏଁ ବିମାନରେ ବୁଲି

ମେଳଣ ପଡିଆ ଯାଇ ।

ବିମାନରେ ବସି ମେଳଣ ଯାତରା

ହୁଏ ଫଗୁ ବୋଳି ହୋଇ ।୫।

ଦୋଳ ପୂର୍ଣ୍ଣମୀରେ ଦୋଳଗୋବିନ୍ଦଙ୍କ

ଦୋଳୋତ୍ସବ ଲାଗି ରହେ।

ତହିଁ ପରଦିନ ଆସିଥାଏ ହୋଲି

ରଙ୍ଗର ପରବ ଇଏ ।୬।

ନାଲି ନେଳି ହଳଦିଆ ବାଇଗଣୀ

ସବୁଜ ଓ ହଳଦିଆ ।

ଭିନ୍ନ ଭିନ୍ନ ରଙ୍ଗ ପିଚକାରୀ ଧରି

ସଭିଏଁ ହୁଅନ୍ତି ଠିଆ  ।୭।

ଠାକୁରଙ୍କୁ ଧରି ରଙ୍ଗ ପିଚକାରୀ

ମରାମରି ହେଉଥାନ୍ତି ।

ଭାଇଚାରାର ଏ ପରବ ଆନନ୍ଦେ

ସର୍ବେ ପାଳନ କରନ୍ତି ।୮।

ପଲାଶ ଫୁଲକୁ ଆଣିବ ବଢିଆ

ଶୁଖିଗଲେ ଚୂର୍ଣ୍ଣ କରି ।

ପାଣି ମିଶାଇଲେ ପ୍ରାକୃତିକ ରଙ୍ଗ

ତହିଁରେ ଖେଳିବ ହୋଲି ।୯।

ଆଗକୁ ଆସୁଛି ଗ୍ରୀଷମ ସମୟ

ଖରା ତାତି ନବାଧିବ ।

ଚର୍ମର ବିକାର ସଦା ହେବ ଦୂର

ମନରେ ସଦା ରଖିବ ।୧୦।

ଆମ ଭାରତର ଗଣପର୍ବ ହୋଲି

ସବୁ ରାଜ୍ଯରେ ପାଳନ ।

ହୁଅଇ ଏ ପର୍ବ ସ୍ଥାନେ ସ୍ଥାନେ କାହିଁ

ହୁଏ ହୋଲିକା ଦହନ ।୧୧।

ବରଷକେ ଥରେ ଆସଇ ଏ ହୋଲି

ସଭିଙ୍କୁ ଦିଏ ହରଷ ।

ରାଗ ଦ୍ୱେଷ ଭୁଲି ପାଳନ୍ତି ସଭିଏଁ

ହୋଇ ଆନନ୍ଦ ଉଲ୍ଲାସ ।୧୨।



Rate this content
Log in

Similar oriya poem from Inspirational