Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ହୋଲି

ହୋଲି

1 min
8



ହେ ରାଧାକୃଷ୍ଣ ଆସୁଛ ତୁମେ

ଭକ୍ତଙ୍କ ମେଳେ

ଭୂମିରେ ଗଡ଼ି ଫଗୁକୁ ଧରି

ମାଟିର କୋଳେ।୧

ବିଶ୍ବର ମଧ୍ୟେ ତୁମେ ହିଁ ଶ୍ରେଷ୍ଠ

ରାଧାମାଧବ

ଭଣଞ୍ଜା ମାଇଁ ସ୍ୱର୍ଗୀୟ ପ୍ରେମେ

ଝଟକୁ ଥିବ।୨

ତୋ' ଭକ୍ତଗଣ ପ୍ରେମରେ ମାତି

ଏ ସାରା ଭବ 

ଭାଇ ଭଉଣୀ ଅଜା କି ଆଈ

ଫଗୁ ଖେଳିବ।୩

ଭାଇଚାରା ହିଁ ତୁମ ନିର୍ଦ୍ଦେଶ 

ସଭିଁଏ ହେବେ

ହୁରିଆ ଯେଣୁ ପରସ୍ପରକୁ

ଫଗୁ ବୋଲିବେ।୪

ଫଗୁର ରଙ୍ଗେ ରଙ୍ଗେଇ ହୋଇ

ନାଚିବେ ସବୁ

ଜଗତେ ଆଜି ଧର୍ମ ଭାବନା

ହୋଇବେ କାବୁ।୫

ଫଗୁରେ ଫଗୁ ପ୍ରତି ବର୍ଷ ହିଁ

ଆସିବୁ ଆମ

ଗାଆଁକୁ ବୁଲି ଦେଖିବୁ କେତେ

ରହିଛି ପ୍ରେମ।୬

ରୋଗରେ ଥାଉ ଅଥବା କେହି

ଗର୍ଭିଣୀ ନାରୀ

ବୁଢ଼ାଠୁ ଛୁଆ ଭେଣ୍ଡିଆ ଟୋକି

ନ ହେଉ ବାରି।୭

ଜଗତ ମଧ୍ୟେ ସଭିଏଁ ଯେଣୁ

ସମାନ ଅଟୁ

ହିନ୍ଦୁ ହେଉ କି ମୁସଲମାନ

ସମୟ କାଟୁ।୮

ଖ୍ରୀଷ୍ଟିଆନର ପ୍ରେମ ନିଆରା

ହିନ୍ଦୁଙ୍କ ପାଖେ

ମୁସଲମାନ ଆକୁଳ ହୁଏ

ମିଶିବା ସୁଖେ।୯

ହୋଲିରେ ହୋଲି ରଙ୍ଗର ପର୍ବ

କୋଟି ପ୍ରଣାମ

ପ୍ରତି ବର୍ଷ ହିଁ ଆସିବୁ ନିଶ୍ଚେ

ରହିଲା ରାଣ।୧୦

 


Rate this content
Log in

Similar oriya poem from Abstract