ହୋଲି
ହୋଲି
ବସନ୍ତ ଆସିଛି ଫଗୁଣର ସାଥେ
ରଙ୍ଗର ପସରା ମେଲି
ନବ ପଲ୍ଲବିତ ବୃକ୍ଷ ଦେହେ ଫୁଲ
ଫୁଟି ହସେ ଖିଲି ଖିଲି।
ପବନ ସହିତ ରଙ୍ଗ ବେରଙ୍ଗର
ଫୁଲ ଯେ ଦୋହଲୁଅଛି।
ଫଗୁ ରଙ୍ଗରେ ସଜାଇ ନିଜକୁ
ହୋଲି ପୁଣି ଆସୁଅଛି।
ଦୋଳ ବିମାନରେ ବିଜେ ହେବେ
ପ୍ରଭୁ ରାଧାକୃଷ୍ଣ ପରା
ପୁଲକିତ ହେବ ସାରା ପୃଥିବୀଟା
ଫଗୁ ରଙ୍ଗ ଖେଳ ଦ୍ୱାରା।
ଦୋଳ ଯାତରାର ସାଥେ ସାଥେ ଥାଏ
ରଙ୍ଗର ପରବ ହୋଲି
ଆସିଥାଏ ସଦା ଏ ଧରାଧାମକୁ
ରଙ୍ଗର ପସରା ମେଲି।
ରାଧା ସାଥେ କୃଷ୍ଣ ଖେଳୁଥିଲେ ହୋଲି
ଗୋପରେ ଯମୁନା କୂଳେ
ଆଜିବି ଖେଳନ୍ତି ଦୋଳ ଯାତରାରେ
ଗୋପ ଗୋପାଙ୍ଗନା ମେଳେ।
ଆମ୍ବ ବଉଳରେ ଭରପୁର ବୃକ୍ଷ
ମହମହ ବାସୁଅଛି
ସେ ଡାଳରେ ବସି କୋକିଳ ପକ୍ଷୀଟା
କୁହୁ କୁହୁ ଗାଉଅଛି।
ଜାତି ଧର୍ମ ଭେଦ ଭୁଲିକି ସରବେ
ଖେଳିବାରେ ଆମେ ହୋଲି
ଧରଣୀ ରାଣୀ ବି ସ୍ୱାଗତ କରଇ
ହାତେ ଧରି ପୁଷ୍ପାଞ୍ଜଳି।
ଫଗୁଣର ପ୍ରୀତି ଛିଟା ଲାଗିଲାଣି
ସଭିଏଁ ଚଳଚଞ୍ଚଳ
ହୋଲି ପରବରେ ପ୍ରୀତି ଛିଟା ବାଣ୍ଟି
ହେବ ବୋଲି ହୋଲି ଖେଳ।
