Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ହୋଇବ କୁନା ସୁନା

ହୋଇବ କୁନା ସୁନା

1 min
143



ପାଠପଢାରେ କୁନାଟା ଆମ

ଅଟଇ ଭାରି ଢିଲା

ବରଷ ଯାକ ହୁଏନି ତାର

ବହି କି ଖାତା ଖୋଲା ।


ଶିକ୍ଷକ ଯଦି ଶ୍ରେଣୀ ଗୃହରେ

ପଢାଉଥିବେ ପାଠ

ବସଇ କୁନା କାଠଟି ପରି

ସତେ କି ଏକ ଖୁଣ୍ଟ ।


ଦିଏନି ଗୋଟେ ଠିକ ଉତ୍ତର 

ଫିଟାଏ ନାହିଁ ପାଟି

ସମସ୍ତେ ତାକୁ ନିପଟ ଗଧ

ନାମରେ ଥାନ୍ତି ଡାକି ।


ଆସଇ ଯେବେ ପରୀକ୍ଷା ବେଳ

ହୁଏ ସେ ଛକପକ

ମଗଜେ ତାର ପଶେନା ବୁଦ୍ଧି

ଅନାଏ ବକବକ ।


ଗାରେଇ ଦିଏ ଖାତାରେ ତାର

ଯାହା ଆସଇ ମନେ

ନମ୍ବର ପାଏ ବିରାଟ ଆଳୁ

ଆଖି ମଳିକି କାନ୍ଦେ ।


କହନ୍ତି ତାକୁ ବୁଝାଇ ମାଆ 

କୁନାଟା ହେବ ସୁନା 

ପଢିବ ପାଠ ମନ ଲଗାଇ 

କରିବ ଭଲ ନାଆଁ ।


   


Rate this content
Log in

Similar oriya poem from Inspirational