Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଜୟ ମା' ଅପରାଜିତା

ଜୟ ମା' ଅପରାଜିତା

1 min
189


ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ 

   ଜୟ ମା' ବିଶ୍ୱବନ୍ଦିତା l

ଦୁର୍ଗତି କାଳରେ ତୁହି ଏକା ସାହା 

  ଜୟ ମା' ଅପରାଜିତା ll


କଉଣପ କୂଳେ ଧରା ଭାରି ହେଲା 

  ଆକୁଳେ ଡାକିଲା ମହୀ l

ଦିବ୍ୟ ଧାମ ଛାଡ଼ି ଓହ୍ଲାଇ ଆସିଲୁ 

  ମାଆ ଲୋ କରୁଣାମୟୀ ll


ଦେବ ଯକ୍ଷ ନର ଗନ୍ଧର୍ବ କିନ୍ନର 

  ସର୍ବେ ହୋଇ ଏକ ମୁଖ l

ଅନଳୁ ସମ୍ଭୁତା ହେଲୁ ଆବିର୍ଭୁତା 

  ହରିଲୁ ତାହାଙ୍କ ଦୁଃଖ ll


ସର୍ବ ଦେବେ ମିଳି କଲେ ନିଉଛାଳି 

   ଅରପିଲେ ସର୍ବ ଶକ୍ତି l

ସର୍ବ ଶକ୍ତିମୟୀ ମାଆ ଲୋ କଲ୍ୟାଣୀ 

   ଚରଣେ ମୋହର ଭକ୍ତି ll


ମାଆ ଦଶଭୁଜା ଦେବ କଲେ ପୂଜା 

   ଦିବ୍ୟ ଅସ୍ତ୍ର ଦେଲେ ହସ୍ତେ l

ମାଆ ରଣଚଣ୍ଡୀ ଅମ୍ବିକା ଚାମୁଣ୍ଡି 

    ନାରାୟଣୀ ନମସ୍ତୁତେ ll


ରକ୍ତବୀର୍ଯ୍ୟ ଧୂମ୍ର ଲୋଚନ ବଧିଲୁ 

    ମାଆଲୋ ତୁହି ଧୁମ୍ରାକ୍ଷି l

ରାକ୍ଷସେ ପ୍ରବଳ ତୋହର କବଳୁ 

   ଆଉ କେ ପାରିବ ରଖି ll


ଦୂରୁ ଦଣ୍ଡ ଚଣ୍ଡ ମୁଣ୍ଡ ମା ନାଶିଲୁ 

   ନାଶିଲୁ ଦୈତ୍ୟ ମହିଷା l

ମା' ସିଂହବାହିନୀ ଦୈତ୍ୟ ବିନାଶିନୀ 

   ଚାରୁହାସୀ ଦିବ୍ୟ ଭୁଷା ll


ମାଆ ଦୟାମୟୀ ଦୟା ରଖିଥିବୁ 

  ଦୟିନୀ ତୋର ଚରଣେ l

ତୋ ଦିବ୍ୟ ଧରାରେ ଆଉ ନଆସିବେ 

   ମହିଷା ପରିକା ଜଣେ ll



Rate this content
Log in

Similar oriya poem from Inspirational